300କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ଆକ୍ସନ ଥ୍ରୀଲର ଫିଲ୍ମ ୱାର୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଆକ୍ସନ ଥ୍ରୀଲର ଫିଲ୍ମ ‘ୱାର୍’ ବକ୍ସ ଅଫିସରେ 300କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଏଥିରେ ରିତିକ୍ ରୋଶନ ଓ ଟାଇଗର ଶ୍ରଫ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ମୂଷା ଓ ବିଲେଇ ଯେମିତି ଖେଳନ୍ତି ଠିକ ସେଭଳି ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଭିତରେ ଖେଳ ଚାଲୁଅଛି । ଏହି ସିନେମା ପ୍ରଥମ 12ଦିନରେ ପ୍ରାୟ 270 କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଦୀପାବଳୀ ଯାଏଁ ମଧ୍ୟ ଏହା ଏଭଳି ଆୟ କରିଚାଲିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଶାହିଦ କପୁରଙ୍କ ‘କବୀର ସିଂହ’ର ଲାଇଫଟାଇମ୍ କଲେକସନକୁ ବି ଟପିଯିବ ବୋଲି ସମୀକ୍ଷକ ମତ ଦେଉଛନ୍ତି । ହିନ୍ଦୀ ବ୍ୟତୀତ ଅନ୍ୟସବୁ ଭାଷାର ଆୟର ହିସାବକୁ ନେଇ ଏହା କୁହାଯାଉଛି ।

ଆଜି ଯାଏଁ କୌଣସି ହିନ୍ଦୀ ସିନେମା ପ୍ରଥମ ସପ୍ତାହରେ 200 କୋଟି ଟଙ୍କା ଆୟ କରି ପାରି ନଥିବା ବେଳେ ଫିଲ୍ମ ‘ୱାର୍’ ତାହା କରି କି ଦେଖାଇଛି । ଆଗରୁ ପ୍ରଥମ 3ଦିନରେ ଫିଲ୍ମଟି 3ଟି ରେକର୍ଡ ବ୍ରେକ୍ କରିଥିବା ଜଣାପଡ଼ିଛି । 4,000ସ୍କ୍ରିନରେ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ଚଳିତ ବର୍ଷ ରିଲିଜ୍ ହୋଇଥିବା ସବୁ ଫିଲ୍ମର ରେକର୍ଡକୁ ଭାଙ୍ଗିଛି । ‘ୱାର୍’ 3ଦିନରେ 100 କୋଟି ଟଙ୍କା ଆୟ କରି 2019ର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ବନିଯାଇଥିଲା ।


ସେୟାର କରନ୍ତୁ