COVID-19 : ଦେଶରେ କରୋନା ସଂକ୍ରମିତ ସଂଖ୍ୟା 11933 ହେଲା, ସାରା ଦୁନିଆରେ 20 ଲକ୍ଷ ପାର ହେଲା ସଂଖ୍ୟା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶ ଦୁନିଆରେ କରୋନା ଭାଇରସର କୁହୁଡ଼ି ଜାରି ରହିଛି । ଆଜି ଭାରତରେ COVID-19 ସଂକ୍ରମିତ ରୋଗୀଙ୍କ ସଂଖ୍ୟା 11933 ହୋଇଅଛି । ସନ୍ଧ୍ୟା ପାଖାପୁଖି ସାଢେ 5ଟା ସମୟରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସଂଖ୍ୟା ମୁତାବକ,392 ଲୋକଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଅଛି ଏବଂ 1344 ଲୋକ ଠିକ ହୋଇଛନ୍ତି ।

ରାଜ୍ୟର କଥା କହିବା ତ ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରୁ ସାମ୍ନାକୁ ଆସିଅଛି । ଏଠାରେ 2687 ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।ଏଠାରେ 259 ଲୋକ ଠିକ ହୋଇଛନ୍ତି ଏବଂ 178 ଲୋକଙ୍କର ମୃତ୍ୟୁ ହୋଇଅଛି ।

ଆନ୍ଧ୍ରପ୍ରଦେଶରେ 503, ଆଣ୍ଡାମାନ ନିକୋବରରେ 11, ଅରୁଣାଚଳ ପ୍ରଦେଶରେ 1, ଆସାମରେ 33, ବିହାରରେ 70, ଚଣ୍ଡିଗଡ଼ରେ 21, ଛତିଶଗଡ଼ରେ 33, ଦିଲ୍ଲୀରେ 1561, ଗୋଆରେ 7, ଗୁଜରାଟରେ 695, ହରିୟାଣାରେ 199, ହିମାଚଳ ପ୍ରଦେଶରେ 33, ଜମ୍ମୁ-କାଶ୍ମୀରରେ 278, ଝାଡ଼ଖଣ୍ଡରେ 27, କର୍ଣ୍ଣାଟକରେ 277, କେରଳରେ 387, ଲଦାଖରେ 17, ମଧ୍ୟପ୍ରଦେଶରେ 987, ମଣିପୁରରେ 2,ମେଘାଳୟ 7, ମିଜୋରାମରେ 1, ଓଡ଼ିଶାରେ 60, ପୁଡୁଚେରୀରେ 7, ପଞ୍ଜାବରେ 186, ରାଜସ୍ଥାନରେ 1005, ତାମିଲନାଡୁରେ 1204, ତେଲେଙ୍ଗାନା 647, ତ୍ରିପୁରରେ 2, ଉତରାଖଣ୍ଡରେ 37, ଉତ୍ତରପ୍ରଦେଶରେ 735 ଏବଂ ପଶ୍ଚିମବଙ୍ଗରେ 213 ରୋଗୀ କରୋନା ଭାଇରସରେ ସଂକ୍ରମିତ ପାଇଯାଇଅଛି ।

ସାରା ଦୁନିଆର ଦେଶ ମାନଙ୍କର କଥା କହିବା ତ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅଧିକାରିକ ରୂପରେ 20 ଲକ୍ଷ ପର ହୋଇଯାଇଛି । ସାରା ଦୁନିଆରେ ମୋଟ ସଂକ୍ରାମିତଙ୍କ ସଂଖ୍ୟା 20,00,576 ଅଟେ ଯେଉଁଥିରୁ 1,26,871ଲୋକଙ୍କର ମୃତ୍ୟୁ ହୋଇଅଛି ।

କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ୟୁରୋପ ମହାଦେଶରେ ହୋଇଅଛି ଯେଉଁଠି 85,271 ଲୋକଙ୍କର ମୃତ୍ୟୁ ହୋଇଅଛି । ସେଇଠି ଆମେରିକାରେ ସବୁଠାରୁ ତେଜିରେ ସଂକ୍ରମିତ ହୋଇଅଛି ଏବଂ ଏଠାରେ ମୋଟ ସଂକ୍ରମିତ ସଂଖ୍ୟା 6,09,240 ପର୍ଯ୍ୟନ୍ତ ପହଂଚିଗଲାଣି ଯେଉଁଥିରୁ 26,033 ଲୋକଙ୍କର ମୃତ୍ୟୁ ଘଟିଲାଣି ।


ସେୟାର କରନ୍ତୁ