ରାଜଧାନୀରେ ଲଜ୍ଜା: ଯୁବତୀଙ୍କୁ ଦୁଷ୍କର୍ମ, ହଷ୍ଟେଲ ରୋଷେୟା ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ଉକ୍ତ ଅଚଂଳରେ ରୋଷେୟା ଭାବେ କାମ କରନ୍ତି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଚନ୍ଦକା ଥାନା ମେଣ୍ଢାଶାଳ ଗ୍ରାମର ପ୍ରମୋଦ ପ୍ରତାପ ସିଂ । ପ୍ରମୋଦକୁ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଚନ୍ଦକା ଥାନା ଅଧିକାରୀ ସୁନିଲ କୁମାର ବେହେରା ସୂଚନା ଦେଇଛନ୍ତି । ଅନ୍ୟପଟରେ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରାଯିବା ସହ ୧୬୧ ସିଆରପିସି ଧାରାରେ ପୁଲିସ ବୟାନ ରେକର୍ଡ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

ସୂଚନାଯୋଗ୍ୟ, ଚନ୍ଦକା ଥାନା ମେଣ୍ଢାଶାଳରେ ଏକ ଚିଙ୍ଗୁଡି ଫାର୍ମ ରହିଛି । ସେହି ଫାର୍ମରେ ମେଣ୍ଢାଶାଳ ଗାଁର ଜଣେ ୧୯ ବର୍ଷିୟ ଯୁବତୀ କାମ କରୁଥିଲେ । ଯୁବତୀ ଜଣଙ୍କ କାମ ସାରିବା ପରେ ହଷ୍ଟେଲରେ ରହୁଥିଲେ । ହଷ୍ଟେଲରେ ରୋଷେୟା ଭାବେ କାମ କରୁଥିବା ପ୍ରମୋଦ ପ୍ରତାପ ସିଂ ଗତକାଲି ରାତିରେ ଯୁବତୀଙ୍କୁ କାମ ଥିବା ଡାକି ହଷ୍ଟେଲଠାରୁ କିଛି ବାଟ ଦୂରକୁ ନେଇ ଯାଇଥିଲେ । ଅନ୍ଧାରିଆ ସ୍ଥାନ ଦେଖି ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲେ । ପରେ ଯୁବତୀ ଜଣଙ୍କ ସମସ୍ତ ଘଟଣା ସଂପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ । ଏନେଇ ପରିବାର ଲୋକେ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ଅଭିଯୁକ୍ତ ପ୍ରମୋଦକୁ ଆଜି ଗିରଫ କରିଛି ।


ସେୟାର କରନ୍ତୁ