ଟୁଇନ ସିଟିରେ ୧୫୦ ଏସଆଇ, ଏଏସଆଇଙ୍କ ଅଦଳବଦଳ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଟୁଇନ ସିଟି (ଭୁବନେଶ୍ୱର-କଟକ)ର ଥାନାମାନଙ୍କରେ ଖାଲି ପଦବୀ ପୂରଣ କରିବା, ପ୍ରଶାସନିକ ଅବଶ୍ୟକତା ଓ ଜନସାଧାରଣଙ୍କ ଦାବିକୁ ଆଖି ଆଗରେ ରଖି କମିଶନରେଟ ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ କାର୍ଯ୍ୟରତ ୧୫୦ ଜଣ ଏସଆଇ ଓ ଏଏସଆଇଙ୍କୁ ବିଭିନ୍ନ ଥାନାକୁ ଅଦଳବଦଳ କରିଛି । ଅଦଳବଦଳ ନେଇ ଆଜି କମିଶନରେଟ ପୁଲିସର ମୁଖ୍ୟକାର୍ଯ୍ୟାଳୟରୁ ଏକ ନୋଟିସ ଜାରି ହୋଇଛି । ଯାହାକୁ ମଞ୍ଜୁରୀ ଦେଇଛନ୍ତି ପୁଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ।

ରାଜଧାନୀର କ୍ୟାପିଟାଲ ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିବା ସୁଭେନ୍ଦୁ କୁମାର ସାହୁଙ୍କୁ ଏସଆଇ ଭାବେ ମଚେଂଶ୍ୱର ଥାନାକୁ ନିଯୁକ୍ତି ମିଳିଛି । ସେହିପରି କ୍ୟାପିଟାଲ ଥାନାରେ ଏସଆଇ ଭାବେ କାମ କୁରୁଥିବା ମାରକଣ୍ଡ ମିଶ୍ରଙ୍କୁ ଖଣ୍ଡଗିରି ଥାନାକୁ ବଦଳି କରାଯାଇଛି । ଏସଆଇ ପ୍ରଶନ୍ନ କୁମାର ନାୟକଙ୍କୁ ନୟାପଲ୍ଲୀ ଥାନାକୁ ବଦଳି କରାଯାଇଛି । ମହିଳା ଥାନାରେ ଏସଆଇ ଭାବେ କାମ କରୁଥିବା ଉର୍ମିଳା ମଲ୍ଲିକଙ୍କୁ ଇନଫୋସିଟି ଥାନାକୁ ବଦଳି କରାଯାଇଛି ।

ସେହିପରି ଖଣ୍ଡଗିରି ଥାନାରେ କାର୍ଯ୍ୟ କରୁଥିବା ପ୍ରିୟଦର୍ଶିନୀ ନାୟକଙ୍କୁ ମହିଳା ଥାନାକୁ ବଦଳି କରାଯାଇଛି । ଚନ୍ଦ୍ରଶେଖରପୁର ଥାନାରେ ଥିବା ଅରୁଣ କୁମାର ଖିଲାରଙ୍କୁ କ୍ୟାପିଟାଲ ଥାନାକୁ ବଦଳି କରାଯାଇଛି । ଏହିପରି ଭୁବନେଶ୍ୱର ଓ କଟକର ବିଭିନ୍ନ ଥାନାରେ କାର୍ଯ୍ୟରତ ଥିବା ୩୭ ଏସଆଇଙ୍କୁ ଅଦଳବଦଳ କରାଯାଇଛି । ଏହାବାଦ ୧୧୩ ଏଏସଆଇଙ୍କୁ ଟୁଇନ ସିଟିର ବିଭିନ୍ନ ଥାନାକୁ ବଦଳି କରାଯାଇଛି ।


ସେୟାର କରନ୍ତୁ