ରାଜଧାନୀରେ ୪-୫ମିନିଟ ପାଇଁ ଦେଖାଯିବନି ଛାଇ, ଜାଣିବା କ’ଣ ରହିଛି ରହସ୍ୟ..

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀରେ କିଛି ସମୟ ପାଇଁ ଦେଖାଯିବନି ଛାଇ । ଆପଣ ବିଶ୍ୱାସ କରୁ ନଥିବେ ସତ । ହେଲେ ଏହା ସମ୍ପୁର୍ଣ୍ଣ ଠିକ । ସୋମବାର ୪-୫ ମିନିଟ୍ ପାଇଁ ଛାଇ ହଜିଯିବ । ସମୟ ଠିକ ୧୧ଟା ୪୩ ମିନିଟରେ ଆଜି କୌଣସି ଲମ୍ବା ବସ୍ତୁର ଛାଇ ଦେଖାଯିବ ନାହିଁ । ଭୁବନେଶ୍ୱରରେ ଥିବା ପଠାଣୀସାମନ୍ତ ପ୍ଲାନେଟୋରିୟମର ବିଶେଷଜ୍ଞ ଏହା ଉପରେ ସୂଚନା ଦେଇଛନ୍ତି ।

ସେମାନଙ୍କ କହିବା ଅନୁଯାୟୀ, ସୂର୍ଯ୍ୟ ପୁର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୁଏ । ହେଲେ କେବେ କେବେ ସୂର୍ଯ୍ୟ ଉତ୍ତର ଓ ଦକ୍ଷିଣ ଦିଗକୁ ମଧ୍ୟ ଘୁଞ୍ଚି ଥାଏ । ଯାହା ଫଳରେ କେତେକ ଭିନ୍ନ ସମୟରେ ସୂର୍ଯ୍ୟ ମୁଣ୍ଡ ଉପରେ ରହିବାରୁ ଛାଇ ଦେଖାଯାଏ ନାହିଁ । ବର୍ଷକୁ ଏହା ଦୁଇ ଥର ପଡେ । ବିଶେଷ କରି ଏହା କନ୍ୟାକୁମାରୀରୁ ରାଞ୍ଚି ଅଞ୍ଚଳ ମଧ୍ୟରେ ଘଟିଥାଏ । ତେଣୁ ଏହାକୁ ପରଖିବା ପାଇଁ ପଠାଣୀସାମନ୍ତ ପ୍ଲାନେଟୋରିୟମରେ ବହୁ ଆକାରର ଲମ୍ବା ବସ୍ତୁକୁ ରଖାଯାଇଛି, ଯାହାକୁ ଦର୍ଶକମାନେ ସହଜରେ ଦେଖି ପାରିବେ ।

ଭୁବନେଶ୍ୱରରେ ଆଜି ୧୧ଟା୪୩ରେ ଜଣେ ବ୍ୟକ୍ତି ନିଜ ଛାଇ ଦେଖିପାରିବ ନାହିଁ । ସେହିପରି କଟକରେ ଆସନ୍ତାକାଲି ୧୧ଟା୪୩ ମିନିଟରେ ସମାନ ଦୃଶ୍ୟ ଦେଖିବାକୁ ମିଳିବ । ମେ’ ୨୩ରେ ବଲାଙ୍ଗିର, ୨୮ରେ ସମ୍ବଲପୁର ଓ ୩୧ତାରିଖରେ ବାରିପଦାରେ ଛାଇ ଦୃଶ୍ୟମାନେ ହେବ ନାହିଁ ବୋଲି ସୂଚନା ମିଳିଛି ।


ସେୟାର କରନ୍ତୁ