ମଧ୍ୟପ୍ରଦେଶର ଗ୍ୱାଲିୟର ଷ୍ଟେସନ ନିକଟରେ ଜଳିଗଲା ଟ୍ରେନ

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ଦିଲ୍ଲୀରୁ ବିଶାଖାପାଟଣା ଯାଉଥିବା ଆନ୍ଧ୍ର ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯିବାରୁ ୪ଟି ବଗି ସମ୍ପୁର୍ଣ୍ଣ ଜଳିଯାଇଥିବା ସୂଚନା ମିଳିଛି । ମଧ୍ୟପ୍ରଦେଶର ଗ୍ୱାଲିୟର ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଛି । କୌଣସି କାରଣରୁ ଏକ୍ସପ୍ରେସ ଟ୍ରେନର ଏସି ବଗିରେ ନିଆଁ ଲାଗିଯାଇଥିଲା । ଯାହା ପରବର୍ତ୍ତୀ ସମୟ ୪ଟି ବଗିକୁ ବ୍ୟାପି ଯାଇଥିଲା ।

ସୂଚନାପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବାରେ ଲାଗିପଡିଛନ୍ତି । ଅଗ୍ନିକାଣ୍ଡ ଯୋଗୁ ଯ୍ରାତୀମାନଙ୍କ କିଛି କ୍ଷତି ହୋଇନଥିବା ଜଣାପଡିଛି । ରେଳବାଇର ବରିଷ୍ଠ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।


ସେୟାର କରନ୍ତୁ