ଆସୁଛି କାଳବୈଶାଖୀ, ୨୨ଟି ଜିଲ୍ଲାକୁ ସତର୍କ ସୂଚନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜ୍ୟର ୨୨ଟି ଜିଲ୍ଲାକୁ କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।  ଆଜି ଓ କାଲି ୨୨ଟି ଜିଲ୍ଲାରେ ଝଡ଼ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିବାର ସମ୍ଭାବନା ରହିଛି 

କେନ୍ଦୁଝରମୟୂରଭଞ୍ଜଢ଼େଙ୍କାନାଳଅନୁଗୁଳଯାଜପୁରଭଦ୍ରକବାଲେଶ୍ୱରକେନ୍ଦ୍ରାପଡ଼ାଜଗତସିଂହପୁରପୁରୀକଟକନୟାଗଡ଼ଖୋର୍ଦ୍ଧା, ଗଞ୍ଜାମଗଜପତି, କନ୍ଧମାଳ, ନବରଙ୍ଗପୁରନୂଆପଡ଼ାସୁନ୍ଦରଗଡ଼ଝାରସୁଗୁଡ଼ାସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଦିଆଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୫୦ରୁ ୬୦ କି.ମି ବେଗରେ ପବନ ବୋହିପାରେ । ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତର ବି ଆଶଙ୍କା ରହିଛି 

ବଙ୍ଗୋପସାଗର ଉପକୂଳରେ ପାଗ ଖରାପ ରହିବ । ତେଣୁ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ନ ଯିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ଅପରାହ୍ଣପରେ  ପାଗ ମେଘୁଆ ରହିବ ।  ରାତିରେ କାଁ ଭାଁ ଝଡ଼ବର୍ଷା ବି ହୋଇପାରେ। ୨୩ ଓ ୨୪ ତାରିଖ ବେଳକୁ ଉପକୂଳରୁ କାଳବୈଶାଖୀ କମିବ। କିନ୍ତୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷା ଅଧିକ ହୋଇପାରେ 


ସେୟାର କରନ୍ତୁ