ସୋମବାରରୁ ସକାଳୁଆ କ୍ଲାସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଏପ୍ରିଲ 17 ଅର୍ଥାତ ସୋମବାରରୁ ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ପ୍ରଥମରୁ ଦ୍ବାଦଶ ‌ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେବ । ଏହା ସକାଳ 6ଟା 30ରୁ ଆରମ୍ଭ ହୋଇ ଦିନ 11ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ । ସ୍ଥଳବିଶେଷରେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲର ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ । ସ୍କୁଲ କର୍ତ୍ତୃପକ୍ଷ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ପଦକ୍ଷେପ ନେବାକୁ କୁହାଯାଇଛି ।

ତେବେ ତାତିକୁ ଦୃଷ୍ଟିରେ ରଖି 12 ତାରିଖରୁ ଛୁଟି ଘୋଷଣା କରିଥିଲେ ସରକାର । ଗ୍ରୀଷ୍ମପ୍ରବାହ କମିବା ସମ୍ଭାବନା ରହିଥିବାରୁ ସକାଳ 6ଟା 30ରୁ ସ୍କୁଲ ଆରମ୍ଭ ହେବ ବୋଲି ନିଷ୍ପତି ନିଆଯାଇଛି ।


ସେୟାର କରନ୍ତୁ