ରାଜ୍ୟରେ 178 କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 178 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏହି 178 ଜଣଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 1894ରେ ପହଞ୍ଚିଛି । ଏହି ସୁସ୍ଥ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧାର 39 ଜଣ, ଗଜପତିର 23 ଜଣ, ନୂଆପଡାର 22 ଜଣ, ଭଦ୍ରକର 17 ଜଣ, ନୟାଗଡ଼ର 15 ଜଣ, ଗଞ୍ଜାମର 14 ଜଣ, କେନ୍ଦ୍ରାପଡାର 10 ଜଣ, ଢେଙ୍କାନାଳର 9 ଜଣ, କନ୍ଧମାଳର 9 ଜଣ, ସୁନ୍ଦରଗଡ଼ର 6 ଜଣ, 4 ଜଣ ବାଲେଶ୍ୱରର ରହିଛନ୍ତି । ସେହିପରି ବଲାଙ୍ଗୀର, କଟକ ଓ ମାଲକାନଗିରିର 2 ଜଣ ଲେଖାଏଁ ସୁସ୍ଥ ଥିଲା ବେଳେ ଜଗତସିଂହପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀର ଜଣେ ଲେଖାଏଁ ରହିଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ସେୟାର କରନ୍ତୁ