ହୁସିଆର! ଜଙ୍ଗଲରେ ବୁଲୁଛି କଳାବାଘ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଆପଣ ବାଘ ଦେଖିଥିବେ । ହେଲେ କଳାବାଘ କେବେ ଦେଖିଛନ୍ତି ? ଯଦି ଦେଖିଥିବେ ଟିଭି ପରଦାରେ ନ ହେଲେ ସିନେମାରେ । ତେବେ ଆମ ରାଜ୍ୟ ଓଡିଶାରେ କଳାବାଘ ବୁଲୁଛି । ଯାହାର ଏବେ ଚିତ୍ର ପଦାକୁ ଆସିଛି । ଏହାକୁ ନେଇ ଆଜି ଦିନ ତମାମ୍ ଚାରି ଆଡେ ଚର୍ଚ୍ଚା ଦେଖିବାକୁ ମିଳିଛି । ସୁନ୍ଦରଗଡ ଜିଲ୍ଲା ବାଘେଡା ଷ୍ଟେସନ ନିକଟସ୍ଥ ହେମଗିରି ଜଙ୍ଗଲର ଗର୍ଜନ ପାହାଡ ପାଖରେ ଏକ କଳା ବାଘ ବୁଲୁଥିବା ଜଣାପଡିଛି ।

ଗତବର୍ଷ ବନବିଭାଗର ଓ୍ୱାଇଲର୍ଡ ଲାଇଫର କାର୍ଯ୍ୟକ୍ରମ ଚାଲିଥିବା ବେଳେ ପଶୁ ଗଣନା କରାଯାଉଥିଲା । ଏହି ସମୟରେ ଉକ୍ତ ଜଙ୍ଗଲରେ ସିସିଟିଭି ଖଞ୍ଜାଯାଇଥିଲା । ଏହି ସିସିଟିଭିରେ ସୋମବାର ଏକ କଳା ରଙ୍ଗର ବାଘ ଚିହ୍ନଟ ହୋଇଛି ।  ତେବେ ଏହି ବାଘଟି କଲରାପତରିଆ ବାଘ ପ୍ରଜାତିର ହୋଇଥିବା ବେଳେ ଏହାକୁ ବ୍ଲାକ୍ ପାନ୍ଥର ବୋଲି କୁହାଯାଏ ବୋଲି ବନ ବିଭାଗ ସୂଚନା ଦେଇଛି ।  ଓଡିଶା ସମେତ ଅନ୍ୟ 8ଟି ରାଜ୍ୟରେ ଏହି କଳା ବାଘ ଦେଖାଯାଆନ୍ତି ।


ସେୟାର କରନ୍ତୁ