ରାଜ୍ୟରେ ଥମିବାରେ ଲାଗିଛି ପଜିଟିଭ ସଂଖ୍ୟା, 24 ଘଣ୍ଟାରେ ଚିହ୍ନଟ ହେଲେ 1 ହଜାର 578 କରୋନା ପଜିଟିଭ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ସଂଖ୍ୟାର କଥା କହିବା ତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାକୁ ଲାଗିଅଛି । ଏହି ସଂଖ୍ୟା କିଛି ଦିନ ହେବ ପ୍ରାୟତଃ ଦୁଇ ହଜାର ତଳକୁ ରହୁଅଛି ଏବଂ ଆଜି ଏହା ପନ୍ଦର ଶହରୁ ଅଧିକ ରହିଅଛି । ରାଜ୍ୟରେ 24 ଘଣ୍ଟାରେ 1 ହଜାର 578 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 9 ଲକ୍ଷ 77 ହଜାର 268କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 1578 ଜଣଙ୍କ ମଧ୍ୟରୁ 915 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 663 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 977268 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 16384ଟି ଆକ୍ଟିଭ କେସ୍ ରହିଅଛି ଏବଂ 954929 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ