ଖରାଦିନ କେଉଁଠି କି ଯିବେ ହନିମୁନ….ଆସନ୍ତୁ ଜାଣିବା

ଦେଶବିଦେଶ
ସେୟାର କରନ୍ତୁ

ଦିନ ଥିଲା ଯେବେ ବାହାଘର ପରେ ସ୍ୱାମୀ ସ୍ତ୍ରୀ ପରସ୍ପରକୁ ଜାଣୁଥିଲେ ତା’ପରେ କୁଆଡ଼େ ବୁଲିଯିବାର ଯୋଜନା କରୁଥିଲେ । ଆଜି କାଲି କିନ୍ତୁ ବାହାଘର ପୂର୍ବରୁ ପୁଅ ଝିଅ ହନିମୁନ ପାଇଁ କେଉଁ ଜାଗାକୁ ଯିବେ ସ୍ଥିର କରି ଦେଉଛନ୍ତି । ତେଣୁ ଯଦି ଆପଣଙ୍କ ବିବାହ ଖରାଦିନେ ହେଉଛି ଏବଂ ଭାରତ ଭିତରେ କୁଆଡ଼େ ହନିମୁନ ଯିବାକୁ ଯୋଜନା କରୁଛନ୍ତି ତେବେ ଆସନ୍ତୁ ଜାଣିବା ଏପରି କିଛି ସ୍ୱର୍ଗୀୟ ଅନୁଭବ ଦେଉଥିବା ହନିମୁନ ଡେଷ୍ଟିନେସନ ।

ଅଣ୍ଡାମାନ: ବିଶ୍ୱାସ ହେଉନଥିଲେ ବି ଅଣ୍ଡାମାନ ଆପଣଙ୍କ ପାଇଁ ସବୁଠୁ ପରଫେକ୍ଟ ଡେଷ୍ଟିନେସନ ହୋଇପାରିବ । ରୋମାଂଚକ ପରିବେଶ ସହିତ ସହରର କୋଳାହଳ ଠାରୁ ଅନେକ ଦୂରରେ ଅବସ୍ଥିତ ଏହି ସ୍ଥାନ । ସୌନ୍ଦର୍ଯ୍ୟମୟ ସମୁଦ୍ର କୂଳ ମଝିରେ ରିଜର୍ଟ ଭିନ୍ନ ଭିନ୍ନ ୱାଟର ସ୍ପୋଟସ ତାହା ସହ ସ୍ୱାଦିଷ୍ଟ ବ୍ୟଂଜନ ଆପଣଙ୍କ ହନିମୁନକୁ ଖାସ କରିବ ।

ଲେହ-ଲଦାଖ: ପୃଥିବୀର ଛୋଟ ସ୍ୱର୍ଗ ହେଉଛି ଲେହ-ଲଦାଖ । ସୁନ୍ଦର ପାହାଡ଼ ସହ ଶାନ୍ତ ସୌମ୍ୟ ପୌଗାଙ୍ଗ ହ୍ରଦ ସ୍ଥାନଟିକୁ ଆହୁରି ରୋମାଂଚିତ କରିଥାଏ । ଏପରି ପରିବେଶରେ ଜୀବନସାଥୀ ସହ ବେଶ ଆନନ୍ଦରେ ସମୟ କାଟିପାରିବେ ।

କେରଳ: ଖରାଦିନେ କେରଳ ହେଉଛି ବେଷ୍ଟ ହନିମୁନ ଡେଷ୍ଟିନେସନ । ଗୋଟେ ପଟେ ମୁନ୍ନାରର ସବୁଜିମା ଭରା ପାହାଡ଼ ଅନ୍ୟପଟେ ଚା’ ବଗିଚା ସବୁକିଛି ବେଶ ସକାରାତ୍ମକ ଭାବନା ଆଣିଦିଏ । ସମୁଦ୍ର ଠାରୁ ଆରମ୍ଭ କରି ହିଲ ଷ୍ଟେସନ ସବୁକ୍ଷେତ୍ରରେ କେରଳ ଆଗୁଆ ।

ମନାଲି: ଗତ କେତେ ଦଶନ୍ଧୀ ଧରି ହିମାଚଳ ପ୍ରଦେଶର ମନାଲି ବେଷ୍ଟ ହନିମୁନ ଡେଷ୍ଟିନେସନ ଭାବେ ସ୍ଥାନ ପାଇଛି । ଧୌଳାଧାର’, ପିର ପଂଜାଲର ପର୍ବତ ଏବଂ ହୃଦସ୍ପନ୍ଦନ ବଢ଼ାଉଥିବା ଭିନ୍ନ ଭିନ୍ନ ଗେମ କେବଳ ହନିମୁନ ନୁହେଁ ବରଂ ଅନ୍ୟ ଟ୍ୟୁରିଷ୍ଟମାନଙ୍କୁ ମଧ୍ୟ ଆକର୍ଷିତ କରିଛି ।


ସେୟାର କରନ୍ତୁ