ତ୍ୱଚା ପାଈଁ ବରଦାନ ଟମାଟୋ ଫ୍ଯାସପ୍ୟାକ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଟମାଟୋ ଓ ଦହିର ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଅଳ୍ପ ଟମାଟୋ ରସ, ଏକ ଚାମଚ ଦହି, ଏକ ଚାମଚ ଲେମ୍ବୁରସ, ଅଳ୍ପ ପରିମାଣର ହଳଦୀ ଓ ଏକ ଚାମଚ ମହୁ ନିଅନ୍ତୁ । ଏବେ ଏକ ପାତ୍ରରେ ସବୁ ସାମଗ୍ରୀକୁ ଭଲଭାବେ ମିଶାଇ ଦିଅନ୍ତୁ । ପରେ ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ । ଏହା ମଧ୍ୟ ଆଖିତଳ ଡାର୍କ ସର୍କଲ ଦୂର କରିବା ସହ ମୁହଁର ତ୍ବଚାରେ ନମନୀୟତା ଆଣିଥାଏ ।
୨. ଟମାଟୋ ସହିତ ଆଲୋଭେରା ମିଶାଇ ପେଷ୍ଟକୁ ମୁହଁରେ ଲଗାଇ ୧୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଫେସ୍‌ମାସ୍କ ଶୁଖିଗଲା ପରେ ଭଲଭାବେ ଧୋଇଦିଅନ୍ତୁ । ଏହାଦ୍ୱାରା ଡାର୍କ ସର୍କଲ ଓ ଡାର୍କ ସ୍ପଟ୍ ଦୂର ହୋଇଥାଏ ।
୩. ଟମାଟୋ ଓ ମହୁକୁ ମିଶା ପେଷ୍ଟ ହାଲ୍‌କା ହାତରେ ମୁହଁରେ ଲଗାଇ ଦିଅନ୍ତୁ । ପାଖାପାଖି ୧୫ମିନିଟ୍ ରଖିବା ପରେ ମୁହଁକୁ ଭଲଭାବେ ଧୋଇଦିଅନ୍ତୁ । ଏହାଦ୍ୱାରା ମୁହଁ ଆହୁରି ଉଜ୍ଜ୍ୱଳ ଦେଖାଯିବ ।


ସେୟାର କରନ୍ତୁ