ଆପଣ ଜାଣନ୍ତିକି କମଳା ଚୋପାର ଉପକାରିତା ବିଷୟରେ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ସାଧାରଣତଃ କମଳା  ଖାଇବା ପରେ ତା’ର ଚୋପାକୁ ଆମେ ଫୋପାଡ଼ି ଦେଇଥାଆନ୍ତି । ହେଲେ କମଳା  ଚୋପାରୁ ମିଳୁଥିବା ଉପକାରୀତା ବିଷୟରେ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କମଳା  ଚୋପା ଆମର ଅନେକ କାମରେ ଲାଗିଥାଏ ।

ଉଦାହରଣ ସ୍ଵରୂପ

–କମଳା ଚୋପାରେ ଆପଣ ଚଟଣୀ ପ୍ରସ୍ତୁତ କରି ଖାଇ ପାରିବେ। ଚଟଣୀ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ କମଳା ଚୋପା, ଲୁଣ, ଲଙ୍କା ପାଉଡର ନେଇ ତାକୁ ଭଲ ଭାବେ ପେଷ୍ଟ କରିଦିଅନ୍ତୁ । ସୁଆଦିଆ  ଚଟଣି  ପ୍ରସ୍ତୁତ । 

–ଛୁରୀରେ କଳଙ୍କି କିମ୍ବା ମଇଳା ଲାଗିଥିଲେ, କମଳା ଚୋପା ଘସି ଏହାକୁ ସଫା କରିପାରିବେ।

–ତମ୍ବା ବାସନକୁ ସଫା କରିବା ପାଇଁ କମଳା  ଚୋପା ବ୍ୟବହାର କରନ୍ତୁ । ଏହାଦ୍ବାରା ବାସନ ନୂଆ ଭଳି ଚମକିବ ।

ଏସବୁ ବାଦ ଆମ ଶରୀର ପାଇଁ କମଳା ଚୋପାର ଅନେକ ଉପକାରି ଗୁଣ ରହିଛି । କମଳା ଚୋପା ଓଜନ କମ୍‌ କରିବାରେ ସହାୟକ ହେବ ବୋଲଇ ଏକ ଗବେଷଣାରୁ ଜଣାପଡିଛି ।

ଏଥିରେ ଭିଟାମିନ୍‌ B6, କ୍ୟାଲସିୟମ, ଫଲେଟ୍‌ ଭରପୂର ମାତ୍ରାରେ ଥାଏ, ଯାହା ଓଜନ କମାଇବାରେ ସହାୟକ ହୋଇଥାଏ ।

କମଳା ଚୋପା ଖଣ୍ଡେ ପ୍ରତିଦିନ ସକାଳୁ ଅଭ୍ୟାସ କରି ଚୋବାଇ ଖାଇଲେ ମେଦବହୁଳତାରୁ ମୁକ୍ତି ମିଳେ ବୋଲି ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି ।


ସେୟାର କରନ୍ତୁ