କୁଆଲାଲୁମ୍ପୁରରେ ସାବିତ୍ରୀ ବ୍ରତ ପାଳିଲେ ମାଲେସିଆ ଓଡ଼ିଆ ସଂଘର ମହିଳା

ଦେଶବିଦେଶ
ସେୟାର କରନ୍ତୁ

ଭୁବନେଶ୍ୱର: ପବିତ୍ର ସାବିତ୍ରୀ ବ୍ରତ କୁଆଲାଲୁମ୍ପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିରରେ ମାଲେସିଆର ଓଡ଼ିଆ ସଂଘ ମହିଳାମାନେ ବହୁ ଉତ୍ସାହର ସହ ପାଳନ କରିଛନ୍ତି । ଏଥିରେ ମାଲେସିଆରେ ରହୁଥିବା ପ୍ରବାସୀ ଓଡିଆମାନେ ଯୋଗଦାନ କରି ମନ୍ଦିରରେ ଓଡ଼ିଆ ପରମ୍ପରାର ବାତାବରଣ ସୃଷ୍ଟି କରିପାରିଥିଲେ ।

ସ୍ୱଦେଶରୁ ଦୂରରେ ରହି ମଧ୍ୟ ଏପରି ବ୍ରତ ପୂଜା କରିବା ପ୍ରବାସୀ ଓଡ଼ିଆଙ୍କୁ ବେଶ ଆନନ୍ଦିତ କରିବା ସହ ଓଡ଼ିଆ ପରମ୍ପରାକୁ ସେମାନେ ଭଲ ଭାବେ ବଜାଏ ରଖିଥିବା ଦେଖିବାକୁ ମିଳିଛି । ମନ୍ଦିରର ପୂଜକ ବହୁ ପୌରାଣିକ ତଥା ଆଧ୍ୟାତ୍ମିକ ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ । ଏଥିସହ ବତ୍ରର ମାହାତ୍ମ୍ୟ ସହ ଅବଗତ କରାଇଥିଲେ ।

ଏକ ଭକ୍ତିପୂର୍ଣ୍ଣ ପରିବେଶରେ ଏ ବ୍ରତକୁ ଓଡ଼ିଆ ଘରଣୀମାନେ ପାଳିଥିଲେ । ଓଡ଼ିଆ ମାଟି ମାଆର ମହକ, ଓଡ଼ିଆ ସଂସ୍କୃତିକୁ ଉଜ୍ଜୀବିତ କରିବାରେ ମାଲେସିଆ ଓଡ଼ିଆ ସଂଘର ପ୍ରୟାସ ଉଲ୍ଲେଖନୀୟ । ପୂଜାର ଆୟୋଜକଙ୍କୁ ସମସ୍ତେ କୃତଜ୍ଞତା ଜଣାଇବା ସହ ଏପରି ପଦକ୍ଷପ ଜାରି ରହିବ ବୋଲି ପ୍ରବାସୀ ଓଡ଼ିଆମାନେ ନିଜ ମତ ରଖିଥିଲେ ।


ସେୟାର କରନ୍ତୁ