Coronavirus: ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 45 ହଜାର 674 ନୂତନ ମାମଲା ଚିହ୍ନଟ, ମୋଟ ସଂକ୍ରମିତ 85 ଲକ୍ଷ ପାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାକୁ ହରାଇବା ପାଇଁ ଲଢେ଼ଇ ଜାରି ରହିଛି । ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 45 ହଜାର 674 ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ 559 ରୋଗୀଙ୍କର ମୃତ୍ୟୁ ହୋଇଅଛି । ଭାରତରେ କରୋନାର ମୋଟ ମାମଲା ବଢିକରି 85 ଲକ୍ଷ 07 ହଜାର 754 ହୋଇଯାଇଛି ଏବଂ ଏଥିମଧ୍ୟରୁ ଏକ ଲକ୍ଷ 26 ହଜାର 121 ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ଆକ୍ଟିଭ କେସ କଥା କହିବାତ ଏହା ଖସି କରି 5 ଲକ୍ଷ 12 ହଜାର 665ରେ ପହଞ୍ଚିଛି ।

ଦେଶରେ ଏପର୍ଯ୍ୟନ୍ତ 78 ଲକ୍ଷ 68 ହଜାର 968 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବ 24 ଘଣ୍ଟାରେ 49 ହଜାର 082 ଲୋକ ସୁସ୍ଥ ହୋଇଛନ୍ତି । ଆଇସିଏମଆର ମୁତାବକ ଏପର୍ଯ୍ୟନ୍ତ ମୋଟ 11 କୋଟି 77 ଲକ୍ଷ 36 ହଜାର 791 ସାମ୍ପୁଲର ଟେଷ୍ଟିଙ୍ଗ ହୋଇସାରିଛି । ଯେଉଁଥିରୁ 11 ଲକ୍ଷ 94 ହଜାର 487 ସାମ୍ପୁଲ କାଲି ଟେଷ୍ଟିଙ୍ଗ ହୋଇଅଛି ।


ସେୟାର କରନ୍ତୁ