ରାହୁଲ ଗାନ୍ଧୀ ଚରଣଜିତ୍ ଚନ୍ନିଙ୍କୁ ଜଣାଇଲେ ଅଭିନନ୍ଦନ, କହିଲେ- ପଞ୍ଜାବର ଲୋକଙ୍କ ବିଶ୍ୱାସକୁ ବଜାୟ ରଖିବାକୁ ହେବ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ପଞ୍ଜାବରେ କଂଗ୍ରେସ ଶେଷରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର କରିଛି । ଚରଣଜିତ ସିଂହ ଚନ୍ନି ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ । ଚଣ୍ଡିଗଡ଼ରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ପାର୍ଟି ବୈଠକରେ ଚରଣଜିତ ସିଂହ ଚନ୍ନି ନେତା ଭାବରେ ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଚନ୍ନିଙ୍କ ନାମ ମୋହର ଲାଗିବା ପରେ ସେ କଂଗ୍ରେସର ପଞ୍ଜାବର ଦାୟିତ୍ୱରେ ଥିବା ହରିଶ ରାୱତଙ୍କ ସହ ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜ ଭବନକୁ ଯାଇଥିଲେ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚନ୍ନିଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରି ଅଭିନନ୍ଦନ ଜଣାଇଛନ୍ତି । ସେ ଚନ୍ନିଙ୍କୁ କହିଛନ୍ତି ଯେ ପଞ୍ଜାବର ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହେବା ଆବଶ୍ୟକ ଏବଂ ସେମାନଙ୍କର ବିଶ୍ୱାସ ବଜାୟ ରଖିବାକୁ ହେବ ।

ରାହୁଲ ଗାନ୍ଧୀ ଟ୍ୱିଟ୍ କରି ଚରଣଜିତ୍ ଚନ୍ନିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି ଯେ, “ଶ୍ରୀ ଚରଣଜିତ ସିଂହ ଚନ୍ନି ଜୀଙ୍କୁ ତାଙ୍କର ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ । ଆମେ ପଞ୍ଜାବର ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଜାରି ରଖିବା ଆବଶ୍ୟକ । ତାଙ୍କର ବିଶ୍ୱାସ ସବୁଠାରୁ ମହାନ୍ । “


ସେୟାର କରନ୍ତୁ