ରୋଷେଇ ହେଲା କାଳ, ଜୀଅନ୍ତା ଜଳିଗଲେ ଯୁବତୀ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ-ଲକ୍ଷ୍ମୀଧର ନାୟକ

ପରଜଙ୍ଗ : ରୋଷେଇ କରୁଥିବା ବେଳେ ପିନ୍ଧା ଡ୍ରେସରେ ନିଆଁ ଲାଗି ଜଣେ ଯୁବତୀଙ୍କର ହୋଇଛି ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ୍ ଗ୍ରାମରେ । ତେବେ ତାଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନା ଅନୁଯାୟୀ, କାଠ ଚୁଲାରେ ରୋଷେଇ କରୁଥିବା ବେଳେ ନିଆଁ ଲାଗି ପୋଡି ହୋଇଯିବାରୁ ଯୁବତୀ ଜଣଙ୍କର ମୃତ୍ୟୁ ଘଟିଛି । ମୃତ ଯୁବତୀ ଜଣଙ୍କ ହେଲେ ବାମ ଗ୍ରାମର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ମହାନ୍ତ । ସେ ଗଡ଼ପଳାଶୁଣି କଲେଜର ଯୁକ୍ତ ଦୁଇ ଛାତ୍ରୀ ଥିଲେ । ଘରେ ରୋଷେଇ କରୁଥିବା ବେଳେ କାଠ ଚୁଲାରୁ ନିଆଁ ଡ୍ରେସରେ ଲାଗି ଯାଇଥିଲା । ଏହି ନିଆଁ କ୍ଷଣକରେ ସମ୍ପୂର୍ଣ୍ଣ ଶରୀରକୁ ପୋଡି ଦେଇଥିଲା ବୋଲି କୁହାଯାଉଛି । ପରିବାର ଲୋକେ ତାଙ୍କୁ 108 ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।


ସେୟାର କରନ୍ତୁ