4 ରୁ 5 ଦିନ ଭିତରେ ଓଡିଶା ଛୁଇଁବ ମୌସୁମୀ, ଧୀରେ ଧୀରେ ଅନୁକୂଳ ହେଉଅଛି ପାଗ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରାଜ୍ୟରେ ଏବେ ଅନେକ ଜାଗାରେ ଲାଗି ରହିଛି ପ୍ରାକ ମୌସୁମୀ ବର୍ଷା । ପାଗ ଧୀରେ ଧୀରେ ବଦଳି ବାରେ ଲାଗିଛି । ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ମିଳିବ ତ୍ରାହି । ମୌସୁମୀ ଆଗାମୀ 4ରୁ 5 ଦିନ ଭିତରେ ଓଡ଼ିଶା ଛୁଇଁବ ବୋଲି ଆକଳନ କରାଯାଉଛି । ଏନେଇ ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଅଛି । ଜୁନ୍ ମାସରେ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି ।

ଗତ ଦୁଇଦିନ ହେବ ଓଡ଼ିଶାରେ ଆକାଶ ମେଘାଚ୍ଛର୍ଣ ରହିଛି । ହେଲେ ମୌସୁମୀ ଆଗମନରେ ପରିବେଶ ଅନୁକୂଳ ହେଲାଣି । ଉତ୍ତର-ପଶ୍ଚିମ ପବନର ପ୍ରଭାବ ଅଧିକ ଯୋଗୁଁ ରାଜ୍ୟରେ ତାପମାତ୍ରା ବୃଦ୍ଧିପାଉଥିଲା । ଏହା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଆଗକୁ ବଢ଼ିବାକୁ ଦେଉନଥିଲା । ତେଣୁ ମୌସୁମୀ କେବେ ଓଡ଼ିଶା ଛୁଇଁବ ତାହା ଆକଳନ କରାଯାଇପାରୁନଥିଲା । ଏବେ କିନ୍ତୁ ପାଗ ଧୀରେ ଧୀରେ ବଦଳି ବାରେ ଲାଗିଛି ।


ସେୟାର କରନ୍ତୁ