ଦେଶରେ ପୂର୍ବ 24 ଘଣ୍ଟାରେ ସାମ୍ନାକୁ ଆସିଲା 45,903 କରୋନା ମାମଲା, 490 ଲୋକଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ 50 ହଜାରରୁ କମ୍ କରୋନା ମାମଲା ଦେଖାଯାଉଛି । ପୂର୍ବ 24 ଘଣ୍ଟା ମଧ୍ୟରେ 45,903 ନୂଆ ମାମଲା ଚିହ୍ନଟ ହୋଇଅଛି । ତେବେ ଏହି ସମୟରେ 490 ଲୋକଙ୍କର କରୋନାରେ ଜୀବନ ଯାଇଅଛି । ଭାରତରେ କରୋନା ମାମଲା ବଢିକରି ମୋଟ 85 ଲକ୍ଷ 53 ହଜାରକୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏକ ଲକ୍ଷ 26 ହଜାର ଲୋକ ପ୍ରାଣ ହରାଇଛନ୍ତି । ମୋଟ ଆକ୍ଟିଭ ମାମଲା 509673 ଖସି ଆସିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ସୁସ୍ଥତା ହାର ୯୨.୪୯ ପ୍ରତିଶତ ଥିବା ବେଳେ ମୃତ୍ୟୁ ହାର ୧.୪୮ପ୍ରତିଶତ ରହିଛି ।

ଭଲ ଖବର ହେଉଛି କି ଏପର୍ଯ୍ୟନ୍ତ ମୋଟ 79 ଲକ୍ଷ 17 ହଜାର ଲୋକ କରୋନାକୁ ହରାଇ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନାରୁ 48,405 ରୋଗୀ ସୁସ୍ଥ ହୋଇଛନ୍ତି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅନୁଯାୟୀ ଦେଶରେ ନଭେମ୍ବର 11 ପର୍ଯ୍ୟନ୍ତ କରୋନା ଭାଇରସ ଯୋଗୁଁ ମୋଟ 11.85 କୋଟିରୁ ଅଧିକ ନମୁନା ପରୀକ୍ଷା କରାଯାଇଅଛି, ସେଥିମଧ୍ୟରୁ ଗତକାଲି 8.35 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଅଛି ।


ସେୟାର କରନ୍ତୁ