ବିରାଟ-ଅନୁଷ୍କା କେଉଁ ସମସ୍ୟା ପାଇଁ ଇଟାଲୀରେ ବିବାହ କରିଥିଲେ

Truthink ସିନେମା
ସେୟାର କରନ୍ତୁ

ମୁମ୍ବାଇ : କାହାକୁ ନ ଜଣାଇ ଗୋପନୀୟ ଭାବରେ ବିବାହ କରିଥିଲେ ବିରୁଷ୍କା ଡିସେମ୍ବର 2017ରେ । ଦୁହିଁଙ୍କ ବିବାହ ପରେ ବିବାହ କରିଥିବା ଖବର ମିଳିବା ସହ ବିବାହର ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା ।ତେବେ ଦେଶ ବାହାରକୁ ଯାଇ ଇଟାଲୀରେ ଦୁହେଁ କାହିଁକି ବିବାହ କରିଥିଲେ, ସେ ବିଷୟରେ ଏକ ସାକ୍ଷାତକାରରେ ଜଣାଇଛନ୍ତି ବିରାଟ ।
ବିରାଟଙ୍କ କହିବା ଅନୁଯାୟୀ, ବିବାହର ପୂରା ଯୋଜନା ଅନୁଷ୍କା କରିଥିଲେ । ଯାହା ପାଇଁ ଅନୁଷ୍କା କେଉଁଠି ବିବାହ କରିବୁ ସେ ନେଇ ନିଷ୍ପତ୍ତି ନେବା ସହ ପୂରା ବ୍ୟବସ୍ତା କରିଥିଲେ । କାରଣ ସେ ସମୟରେ ମୁଁ ମୋ କ୍ରିକେଟ ସିରିଜ୍କୁ ନେଇ ବ୍ୟସ୍ତ ଥିଲି ।
ବିବାହକୁ ଗୋପନୀୟ ରଖିବା ପାଇଁ ଆମେ ଇଟାଲୀରେ ବିବାହ କରିଥିଲୁ । ଏମିତି କି ବିବାହରେ ଯୋଗ ଦେବାକୁ ଯାଉଥିବା ବନ୍ଧୁମାନଙ୍କୁ ମଧ୍ୟ ବିବାହ କେଉଁଠି ହେଉଛି ଜଣା ନଥିଲା । ସେମାନଙ୍କୁ ବିମାନବନ୍ଦରରୁ ସିଧା ବିବାହସ୍ଥଳୀକୁ ନିଆଯାଇଥିଲା । ଯାହା ପରେ ସେମାନେ ବିବାହ ସ୍ଥାନ ବିଷୟରେ ଜାଣିଥିଲେ । ସଂପର୍କୀୟଙ୍କ ପାଇଁ ସ୍ୱତନ୍ତ୍ର କାର୍ଡର ବ୍ୟବସ୍ତା କରାଯାଇଥିଲା । ଯାହା ସାହାଯ୍ୟରେ ସେମାନଙ୍କୁ ଭିତରକୁ ଆସିବାକୁ ଅନୁମତି ମିଳୁଥିଲା ।
ଇଟାଲୀରେ ବିବାହ ପରେ ଭାରତ ଫେରି ଆମେ ଦୁଇଟି ବିବାହ ଭୋଜି ରଖିଥିଲୁ । ଦୁଇଟି ବିବାହ ଭୋଜିକୁ ସମ୍ଭାଳିବା ପରେ ଭାରତରେ ବିବାହ କରିଥିଲେ କେତେ ଚାପ ପଡ଼ିଥାନ୍ତା ସେ ବିଷୟରେ ଭାବି ଇଟାଲୀରେ ବିବାହ କରି ଆମେ ଠିକ୍ କରିଛୁ ବୋଲି ଘର ଲୋକେ କହିଥିଲେ।


ସେୟାର କରନ୍ତୁ