ରିଲିଜ୍ ହେବା ମାତ୍ରେ ଛାଇ ଗଲା ‘କାଣ୍ଟା ଲଗା ଗୀତ’, ଗୀତରେ ଦେଖନ୍ତୁ- ନେହା, ଟୋନି ଏବଂ ୟୋୟୋ କରୁଛନ୍ତି କମାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ନେହା କକ୍କର, ହନି ସିଂହ ଏବଂ ଟୋନି କକ୍କରଙ୍କ ଗୀତ ‘କାଣ୍ଟା ଲଗା’ ଏବେ ମୁକ୍ତିଲାଭ କରିଅଛି । ଏହି ଗୀତରେ ନେହାଙ୍କ ଡିଜେ ସ୍ୱାଗ୍ ଦେଖିବାକୁ ମିଳୁଛି । ଏହି ତିନି ଜଣଙ୍କର ଟ୍ୟୁନିଂ ପ୍ରଶଂସକମାନଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଗୀତର ଟିଜର ରବିବାର ଦିନ ଆଉଟ ହୋଇ ଥିଲା । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଏଥିସହିତ ଏହି ଗୀତ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଧୁମ ମଚାଉ ଅଛି । ଏହି ଗୀତକୁ ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବରେ ଦୁଇ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।

ଦେଶୀ ମ୍ୟୁଜିକ୍ ଫ୍ୟାକ୍ଟ୍ରିର ୟୁଟ୍ୟୁବ୍ ଚ୍ୟାନେଲରେ ‘କଣ୍ଟା ଲାଗା’ ଗୀତ ରିଲିଜ୍ ହୋଇଛି । ଏହି ଗୀତରେ ନେହା କକ୍କର, ହନି ସିଂହ ଏବଂ ଟୋନି କକ୍କରଙ୍କ ଗୀତ ଧମାକାଦାର ସ୍ୱାଗ ଦେଖାଯାଉଛି । ଏହି ମ୍ୟୁଜିକ୍ ଭିଡିଓରେ ନେହା କକ୍କରଙ୍କ ଡ୍ୟାନ୍ସ ଷ୍ଟେପ୍ ମଧ୍ୟ ଦେଖିବାକୁ ମିଳୁଛି । ଏଥିସହ ଟୋନି ଏବଂ ହନି ସିଂହଙ୍କ ରପ୍ ଏହି ଗୀତରେ ଚାର ଚାନ୍ଦ ଲଗାଉଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ…

କହିବାକି ଏହା ପୂର୍ବରୁ ଏହି ଗୀତର ଟିଜର 2 ସେପ୍ଟେମ୍ବରରେ ମୁକ୍ତିଲାଭ କରିବାର ଥିଲା, କିନ୍ତୁ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ପରେ ଟିଜରର ରିଲିଜ୍ ତାରିଖ 5 ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ସୂଚନାଯୋଗ୍ୟ ଯେ ପୂର୍ବରୁ ୟୋ ୟୋ ହନି ସିଂହ ଏବଂ ନେହା କକ୍କରଙ୍କ ଯୋଡି ‘ସନି ସନି ‘ ଗୀତରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ତାଙ୍କ ଏହି ଗୀତକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ ।


ସେୟାର କରନ୍ତୁ