ଦାଦାବଟି ନଦେବାରୁ ଠିକାଦାରଙ୍କୁ ଆକ୍ରମଣ, ଜଣେ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର/(ବ୍ୟୁରୋ): ଦାଦାବଟି ନ ଦେବାରୁ ଠିକାଦାରଙ୍କୁ ଆକ୍ରମଣ କରିବା ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ସେ ହେଲା ଲକ୍ଷ୍ମୀସାଗର ରାଉତସାହିର କମଳ ଚକ୍ର ରାଉତ ଓରଫ ଟୁଟୁ । ପୂର୍ବରୁ ଉକ୍ତ ଘଟଣାରେ ପୁଲିସ ଟୁଟୁର ୩ ସହଯୋଗୀଙ୍କୁ ଗିରଫ କରିଥିଲା ।

ଲକ୍ଷ୍ମୀସାଗର ଟଙ୍କପାଣି ଅଞ୍ଚଳରେ ଲକ୍ଷ୍ମୀ କନଷ୍ଟ୍ରକସନ ନାମକ ଏକ ସଂସ୍ଥା ସ୍ୱରେଜ କାମ କରୁଥିଲା । ସଂସ୍ଥାର ପ୍ରୋଜେକ୍ଟ ମ୍ୟାନେଜର କୁଶନ ପାଲ ସିଂ କାମ ତଦାରଖ କରୁଥିଲେ । ଏପ୍ରିଲ ୩୦ ତାରିଖରେ ୪ ଜଣ ଯୁବକ ଅତର୍କିତ ଭାବେ ଆସି ଶ୍ରୀ ସିଂଙ୍କୁ ୧ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଟଙ୍କା ନଦେଲେ ଅଞ୍ଚଳରେ କାମ କରିପାରିବୁ ନାହିଁ ବୋଲି ଧମକ ଚମକ ଦେଇଥିଲେ । ହେଲେ ଶ୍ରୀ ସିଂ ଟଙ୍କା ଦେବା ପାଇଁ ବିରୋଧ କରିବାରୁ ଯୁବକମାନେ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ଶ୍ରୀ ସିଂ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଚଢ଼ଉ କରି ୩ ଜଣଙ୍କୁ ଗିରଫ କରିଥିଲା ବେଳେ ଅଭିଯୁକ୍ତ ଟୁଟୁ ଫେରାର ଥିଲା । ରବିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ପୁଲିସ ରାଉତ ସାହିରେ ଚଢ଼ାଉ କରି ଟୁଟୁକୁ ଗିରଫ କରିଥିଲା ।


ସେୟାର କରନ୍ତୁ