ଡ୍ୟାନ୍ସ ବାରରେ ଚଢ଼ଉ, ୮ଯୁବତୀ ଉଦ୍ଧାର

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: କଟକ ରୋଡରେ ଚାଲିଥିବା ବେଆଇନ ଡ୍ୟାନ୍ସ ବାରରେ କମିଶନରେଟ ପୁଲିସ ବୁଧବାର ବିଳମ୍ବିତ ରାତିରେ ଚଢ଼ଉ କରିଛି । ଏକ ନିର୍ଦ୍ଧିଷ୍ଟ ବାର ଭିତରୁ ଲକ୍ଷ୍ମୀସାଗର ଥାନା ପୁଲିସ ୮ଜଣ ଯୁବତୀଙ୍କୁ ଉଦ୍ଧାର କରିଛି । ଚଢ଼ଉ ପରେ ଡ୍ୟାନ୍ସ ବାର ଗୁଡିକୁ ବନ୍ଦ କରି ଦିଆଯାଇଥିବା ଜଣାପଡିଛି । ବାର ଗୁଡିକର ଲାଇସେନ୍ସ ଅଛି ନା ନାହିଁ, ଏହାକୁ ନେଇ ପୁଲିସ ତଦନ୍ତ ଚଳାଇଛି । ବାର ମାଲିକ ଓ କର୍ମଚାରୀଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି ।

ସୂଚନା ମୁତାବକ, କଟକ ରୋଡରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ୟାନ୍ସ ବାର ଖୋଲା ରହୁଥିବାରୁ ମଦୁଆ ଉତ୍ପାତ ବଢ଼ିବାରେ ଲାଗିଛି । ଅଭିଯୋଗ ଆସିବା ପରେ ପୁଲିସ ଆଜି ରାତିରେ କଟକ ରୋଡରେ ଥିବା ତିନୋଟି ଡ୍ୟାନ୍ସ ବାର ଉପରେ ଅଚାନକ ଚଢ଼ଉ କରିଥିଲା । ସେଗୁଡିକ ହେଲା ରି ଉଇଣ୍ଡ, ଦୀପାଳି ଓ ଅଶୋକା । ଏହି ବାର ଗୁଡିକ ନିୟମ ଉଲଘଂନ କରିଥିବା ପୁଲିସ କହିଛି ।

ଏହାଛଡା ବିନା ଲାଇସେନ୍ସରେ ଏହି ବାର ଗୁଡିକ ଚାଲୁଥିବା ପୁଲିସ ଜଣିବାକୁ ପାଇଛି । ଖାଲି ଏତିକି ନୁହେଁ ଚକଚକିଆ ଆଲୋକ ସହ ଜୋରଦାର ମ୍ୟୁଜିକ ତାଳରେ ସୁନ୍ଦର ତରୁଣୀ ନାଚୁଥିବା ସମୟରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ପୁଲିସ ଅବକାରୀ ବିଭାଗକୁ ତଦନ୍ତ ରିପୋର୍ଟ ଦେବା ପରେ ହିଁ ବାର ମାଲିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।


ସେୟାର କରନ୍ତୁ