ଲକ୍ଷ ୨୦୧୯ ନିର୍ବାଚନ……ଟଙ୍କା ଫେରି ପାଇଲେ ଚିଟଫଣ୍ଡ କ୍ଷତିଗ୍ରସ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ଟାର୍ଗେଟ ୨୦୧୯ ନିର୍ବାଚନ । ଏହାକୁ ଆଖି ଆଗରେ ରଖି ଏବଂ ଲୋକଙ୍କୁ ନିକଟତର କରିବା ଲାଗି ବିଜେଡି ସରକାର ବିଭିନ୍ନ ପ୍ରକାରର ରଣନୀତି ପ୍ରୟୋଗ କରିବା ଆରମ୍ଭ କଲେଣି । ଗୋଟେ ପଟେ ସରକାର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ତିଆରି କରୁଥିବା ବେଳେ ସେପଟେ କିନ୍ତୁ ଭୋଟରମାନଙ୍କୁ ନିଜର କରିବା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷପ ଗ୍ରହଣ କରିଛନ୍ତି ।

ଯେଉଁ ସରକାର ମାସ ମାସ ଧରି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଦାବିକୁ ଅଣଦେଖା କରି ଆସୁଥିଲେ । ସେହି ସରକାର ଆଜି କ୍ଷତିଗ୍ରସ୍ତଙ୍କ ଦୁଃଖ ବୁଝିବା ବୁଦ୍ଧିଜୀବୀ ମହଲରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି । କାରଣ ଦୀର୍ଘଦିନର ଅପେକ୍ଷା ପରେ କେତେକ ଚିଟଫଣ୍ଡ କ୍ଷତିଗ୍ରସ୍ତ ତାଙ୍କ ଟଙ୍କା ଫେରି ପାଇଛନ୍ତି । ଏଥିପାଇଁ ବାଲେଶ୍ୱର ଜିଲ୍ଲାର କ୍ଷୁଦ୍ର ଜମାକରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାର ୧୦୯୬ ଜମାକରୀଙ୍କୁ ଟଙ୍କା ଫେରସ୍ତ କରାଯିବ ।

ପ୍ରଥମ ଦିନରେ ୩୫୦ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ରାଶି ପ୍ରଦାନ କରାଯିବ । ବାଲେଶ୍ୱର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଛି । ଇତିମଧ୍ୟରେ ୨୦୦ ଜମାକରୀଙ୍କୁ ୧୨ଲକ୍ଷ ୪୮ହଜାର ଟଙ୍କା ପ୍ରଦାନ କରାଯାଇଛି ।


ସେୟାର କରନ୍ତୁ