ଧଉଳିରୁ ପର୍ଯ୍ୟଟକ ନିଖୋଜ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଧଉଳି ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ ମଙ୍ଗଳବାର ନିଖୋଜ ହୋଇଯାଇଥିବା ଜଣାପଡିଛି । ନିଖୋଜ ହୋଇଯାଇଥିବା ପର୍ଯ୍ୟଟକ ଜଣଙ୍କ ହେଲେ ମହାଦେବ ବାଗିଡି । ଏନେଇ ମହାଦେବଙ୍କ ସାଙ୍ଗର ଆସିଥିବା ସହଯୋଗୀ ଧଉଳି ଥାନାରେ ନିଖୋଜ ସମ୍ପର୍କୀତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ତାଙ୍କୁ ଖୋଜିବାକୁ ଉଦ୍ୟମ ଆରମ୍ଭ କରିଛି ।

ସୂଚନାମୁତାବକ, ପଶ୍ଚିମବଙ୍ଗ ଲାବପୁର ଥାନା ମହେଶପୁର ଗ୍ରାମର ମହାଦେବ ବାଗିଡି ଓ ତାଙ୍କର କିିଛି ସାଥୀ ପୁରୀ ବୁଲିବାକୁ ଆସିଥିଲେ । ପୁରୀ ବୁଲିବା ପରେ ଆଜି ଗୋଟାଏରେ ଧଉଳିରେ ପହଚିଂଥିଲେ । ସେଠାରେ କିଛି ସମୟ ବୁଲିବା ପରେ ସେମାନେ ଖଣ୍ଡଗିରି ଯିବାର ଥିଲା । ହେଲେ ଗାଡିରେ ବସିବା ସମୟରେ ତାଙ୍କୁ ସାଙ୍ଗ ମହାଦେବଙ୍କୁ ପାଇ ନଥିଲେ । ସେମାନେ ତାଙ୍କୁ ବହୁ ଖୋଜିଥିଲେ ମଧ୍ୟ ତାଙ୍କର ପତା ମିଳିନଥିଲା । ଏନେଇ ସେମାନେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କୁ ଉଦ୍ଧାର କରିବା ପାଇଁ ଛାନଭିନ ଜାରି ରଖିଛି ।


ସେୟାର କରନ୍ତୁ