ନକଲି ସୁନା ଦେଇ ଯୁବକ ଗିରଫ

ଅପରାଧ
ସେୟାର କରନ୍ତୁ

ଭୁବନେଶ୍ୱର: ରାଜଧାନୀର ଏକ ପ୍ରତିଷ୍ଠିତ ସୁନା ଦୋକାନ ଲାଲଚାନ୍ଦ ଜୁଏଲରୀ ଦୋକାନରେ ନକଲି ସୁନା ଦେଇ ଗିରଫ ହୋଇଛନ୍ତି ଜଣେ ଯୁବକ । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କଟକର ଗୁଣ୍ଡିଚା କର । ଅଭିଯୁକ୍ତଠାରୁ ପୁଲିସ ନକଲି ସୁନା ଅଳଙ୍କାର ଜବତ କରିଛି । ମଙ୍ଗଳବାର ଦିନ ଗୁଣ୍ଡିଚାକୁ ପୁଲିସ କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ, ଗୁଣ୍ଡିଚା ଗତକାଲି ୩ ହଳ କାନଫୁଲ ଆଣି ଲାଲଚାନ୍ଦ ଜୁଏଲରୀକୁ ଆସିଥିଲେ । ଉଦ୍ଦେଶ୍ୟ ଥିବା ସୁନାଗହଣା ଦେଇ ଟଙ୍କା ନେବ । ଖାଲି ଏତିକି ନୁହେଁ ଚାଲାଖ କରି ସେ ସେଥିରେ ଲାଲଚାନ୍ଦର ଷ୍ଟାମ୍ପ ଲଗାଇ ଥିଲା । ଜୁଏଲାରୀ ଦୋକାନର ମ୍ୟାନେଜର ବାଞ୍ଝାନିଧି ମହାନ୍ତି ସୁନାକୁ ଯାଚଂ କରିବା ପରେ ଏହା ନକଲି ବୋଲି ଜଣାପଡିଥିଲା । ଏନେଇ ସେ ଖାରବେଳନଗର ଥାନାକୁ ଫୋନ କରି ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଚିଂ ଗୁଣ୍ଡିଚାକୁ ଥାନାକୁ ନେଇ ପଚରାଉଚରା କରିଥିଲା । ସେ ନକଲି ସୁନା ଆଣି ସେଥିରେ ଷ୍ଟାମ୍ପ ଲଗାଇ ବିକ୍ରି କରିବାକୁ ଯୋଜନା କରୁଥିଲା ବୋଲି ପୁଲିସ ଆଗରେ ସ୍ୱୀକାର କରିଥିଲା ।


ସେୟାର କରନ୍ତୁ