ନୂଆ ରୂପ ପାଇବ ବିଜୁପଟ୍ଟନାୟକ ଏୟାରପୋର୍ଟ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର: ନୂଆ ରୂପ ପାଇବ ବିଜୁପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର । ଏଥିଲାଗି ଖର୍ଚ୍ଚ ହେବ ୧୦୨୩ କୋଟି ଟଙ୍କା । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦିନକୁ ଦିନ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଆଖି ଆଗରେ ରଖିô ବିମାନବନ୍ଦରକୁ ନବିକରଣ କରାଯିବାର ଯୋଜନା ରହିଛି ।

୧୦ବର୍ଷକୁ ନଜରରେ ରଖି ଭିତିଭୂମି ବିକାଶ ହେବ । ନୁଆ ଏକ ଟର୍ମିନାଲ ତିଆରି କରାଯିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ତୃତୀୟ ଟର୍ମିର୍ନାଲ(ଟି) ପାଇଁ ୭୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି । ବର୍ତମାନ ବ୍ୟବହାର ହେଉଥିବା ଦୁଇଟି ଟର୍ମିନାଲର ଭିତିଭୂମି ବିକାଶ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି ।


ସେୟାର କରନ୍ତୁ