କିଏ ଏହି ‘ଟେଙ୍ଗେ ଟେଙ୍ଗେ’, ଯିଏ ଏବେ ଖୁବ ଭାଇରାଲ ହେଉଛନ୍ତି, ଆସନ୍ତୁ ଜାଣିବା ତାଙ୍କ ବିଷୟରେ

ଭାଇରାଲ
ସେୟାର କରନ୍ତୁ

ଆପଣମାନେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ଭିଡିଓ ନିହାତି ଦେଖିଥିବେ । ଏବେ ମଧ୍ୟ ସୋସିଆଲ ମିଡ଼ିଆ ଖୋଲିବା ମାତ୍ରେ ‘ଟେଙ୍ଗେ ଟେଙ୍ଗେ’ ନାମକ ଏକ ଗୀତ ନିହାତି ଦେଖିବାକୁ ପାଉଥିବେ । ଆଉ ଏହି ଗୀତରେ କିଟିକିଟ୍ ରଙ୍ଗର କଳା ଓ ବଡ଼ ବଡ଼ ଆଖିଥିବା ଜଣେ ଆଫ୍ରିକୀୟ ପିଲା ନାଚୁଥିବା ଦେଖିବାକୁ ମିଳୁଥିବ । ଯାହାର ଭିଡିଓ ଆଜି ବିଶ୍ୱର ପ୍ରତେକ କୋଣରେ ଖୁବ ଭାଇରାଲ ହେଉଛି । ହେଲେ ବାସ୍ତବରେ ଏହି ‘ଟେଙ୍ଗେ ଟେଙ୍ଗେ’ ଗୀତରେ ନାଚୁଥିବା ପିଲା ଜଣଙ୍କ କିଏ? ଏହି ପିଲା ଜଣଙ୍କ ଘର ଓ ପରିଚୟ କ’ଣ? ତେବେ ଆସନ୍ତୁ ଜାଣିବା ଏହି ‘ଟେଙ୍ଗେ ଟେଙ୍ଗେ’ ଭାଇରାଲ ବୟଙ୍କ ସମ୍ପର୍କରେ ।

ରେଙ୍ଗୋ ଟେଙ୍ଗେ ଟେଙ୍ଗେର ପ୍ରକୃତ ନାମ ହେଉଛି ସାର୍ର ସୋର୍ଜି । ହେଲେ ତା’ର ସୋସିଆଲ ମିଡ଼ିଆ ବାୟୋରେ କମାଙ୍ଗୋ ମାଇକେଲ ନାମ ରହିଛି। ଆଫ୍ରିକା ଦେଶର ଓଗଣ୍ଡା ଠାରେ ସାର୍ର ସୋର୍ଜିର ଜନ୍ମ। ସୋର୍ଜିର 7 ଜଣ ଭାଇ ଭଉଣୀ ଥିବା ବେଳେ ତା’ର ବୟସ ଏବେ ମାତ୍ର 11 ବର୍ଷ । ବର୍ତ୍ତମାନ ସୋର୍ଜି ପ୍ରାଇମେରୀ ତୃତୀୟ ଶ୍ରେଣୀରେ ପାଠ ପଢୁଛନ୍ତି ।

ଜଣେ କଳାକାର ହେବା ପାଇଁ ଓ ନାଚ ଗୀତରେ ପିଲାବେଳୁ ସୋର୍ଜି ବହୁତ ଆଗ୍ରହ ରହିଛି । କିନ୍ତୁ ନିଜର ଚେହେରା ଓ ବଡ଼ ବଡ଼ ଆଖି ପାଇଁ ସମସ୍ତେ ତା’ର ମଜାକ ଉଡାଉଥିଲେ । ମାତ୍ର ଏଇ ଅଳ୍ପ ଦିନ ହେବ ସୋର୍ଜି କୌଣସି ଅର୍ଥ ନଥିବା ‘ଟେଙ୍ଗେ ଟେଙ୍ଗେ’ ଗୀତରେ ନାଚି ଖୁବ ଲୋକପ୍ରିୟତା ହାସଲ କରି ପାରିଛି । ସୋର୍ଜିର ପ୍ରତ୍ୟେକ ଭିଡିଓକୁ ମିଲିୟନ ମିଲିୟନ ଲୋକେ ପସନ୍ଦ କରୁଛନ୍ତି ।

ଅପରପକ୍ଷେ ସୋର୍ଜିର ‘ଟେଙ୍ଗେ ଟେଙ୍ଗେ’ ଗୀତକୁ ଅନେକ ଭାଷାରେ କପି ମଧ୍ୟ କରାଯାଇଛି । ବହୁ ବଡ଼ ବଡ଼ କଳାକାର ଏହି ଗୀତର ନାଚୁଥିବା ମଧ୍ୟ ଦେଖିବାକୁ ମିଳୁଛି । ନିକଟରେ ଓଡ଼ିଶାର ଖୁବ ଜଣାଶୁଣା ଅନ୍ତର୍ଜାତୀୟ ୟୁଟ୍ୟୁବର ଲବ୍ ହଂସଦା ମଧ୍ୟ ଆଫ୍ରିକା ଯାଇ ଟେଙ୍ଗେ ଟେଙ୍ଗେ ସହ ଦେଖା କରି ତା’ ସହ ଭିଡ଼ିଓ ମଧ୍ୟ କରିଛନ୍ତି । ତେବେ ଦିନେ ସୋର୍ଜିକୁ ଅଭାବ କାରଣରୁ ଖାଇବାକୁ ମିଳୁନଥିବା ବେଳେ ଏବେ ସେ କମ ବୟସରେ ଭିଡିଓ କରି ଖୁବ ଟଙ୍କା କମାଉଥିବା କୁହାଯାଉଛି ।


ସେୟାର କରନ୍ତୁ