ଶୀତଦିନେ ଅବଷାଦ ହେବାର କାରଣ

Truthink
ସେୟାର କରନ୍ତୁ

ଶୀତଦିନ ମସ୍ତିଷ୍କରୁ ନିସ୍ରବଣ ହେଉଥିବା ମେଲାଟୋରିନ ହରମୋନ କିମଯାଏ । ଫଳରେ ଅଳସୁଆ ଲାଗେ ଓ ନିଦ ହୁଏନାହିଁ । ନୂତନ ବୌଜ୍ଞନେିକ ତଥ୍ୟ ଅନୁଯାୟୀ ଆଲୋକ ଚର୍ମ ଉପରେ ପଡ଼ିବା ଫଲରେ ଆମୋଦନାୟକ ହରମୋନ ନିସ୍ରବଣ ବୃଦ୍ଧି ହୁଏ ଓ ଏହା ରକ୍ତରେ ମିଣି ମସ୍ତିଷ୍କକୁ ଯାଏ ।

ସୂର୍ଯ୍ୟରଶ୍ମି ଜୈବ ଘଟିକାୁ ନିୟନ୍ତ୍ରଣକରେ । ଦେହରେ ଉତ୍ତାପକୁ କମ ବେଶି କରେ । ସଜାଗ ରହିବା , ନିଦ ହେବ , ହରମୋନ ନସ୍ରବଣ , ସମୟ ଅନୁସାରେ ଖାଇବା ଣ ଶରୀରରେ ବିଭିନ୍ନ କାର୍ଯ୍ୟ ଆଲୋକ ଦ୍ୱାରା ସଂଘଟିତ ହୁଏ । ଆଲୋକ ଅଭାବରୁ ଅବସାଦ ବୃଦ୍ଧି ହୁଏ ।

ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଫଲରେ ଉତ୍ତର ଗୋଲାମର୍ଦ୍ଦରେ ଦିନ କମି ରାତି ଅଧଇକ ସମୟ ହୁଏ । ତେଣୁ ସୂର୍ଯ୍ୟାଲୋକ ଆମ ଦେହରେ କମ ସମୟ ପାଇଁ ପଡ଼େ । 2008 ମସିହାରେ ଜର୍ମାନ ବୈଜ୍ଞାନିକମାନେ ଚର୍ମକୋଷରେ ଜୈବ ଘଟିକାର ଜିନ ଥିବାର ପ୍ରମାଣକଲେ । ଏହା ଉପରେ ୟୁ.ଭି ଆଲୋକ ପଡ଼ିଲେ ମସ୍ତିଷ୍କ ଭିତରେ ଥିବା ହାଇପୋଥାଲାମସକୁ ସନ୍ଦେଶ ଯାଏ ।

ରାତି ଅଧିକ ସମୟ ହେଲେ ଆଖିର ସ୍ନାୟୁ ଦେଇ ଆଲୋକ ହାଇପୋଥାଲାମସରେ ଯଥେଷ୍ଟ ପହଞ୍ଚିପାରେ ନାହିଁ । ଏହି ଗ୍ରନ୍ଥି ମନର ପ୍ରବୃତ୍ତିକୁ ନିୟନ୍ତ୍ରଣକରେ । ଡ଼ୋପାମିନ ଓ ସିରୋଟୋନିନ ନିସ୍ରବଣ ବନ୍ଦ ହୋଇଯାଏ । ତେଣୁ ଅବସାଦ ବୃଦ୍ଧି ହୁଏ । ଏହା ଶୀତଦିନେ ଅଧିକ ଦେଖାଯାଏ । ଅଧିକ ମିଠା ଓ ଶ୍ୱେତସାର ଜାତୀୟ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ତେଣୁ ଶୀତଋତୁରେ ଦେହର ଓଜନ ବଢିଯାଏ ।


ସେୟାର କରନ୍ତୁ