ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ, ବିଜେପିରେ ମିଶିଲେ

ରାଜନୀତି
ସେୟାର କରନ୍ତୁ

ଭୁବନେଶ୍ବର: ସାଧାରଣ ନିର୍ବାଚନ ବିଗୁଲ ବାଜିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ତା ପୂର୍ବରୁ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ଲୋକପ୍ରିୟ ଅଭିନେତା ଅରିନ୍ଦମ ରାୟ । ସେ ଆଜି ବିଜେଡିର ସଭ୍ୟ ପଦରୁ ଇସ୍ତଫା ଦେଲା ପରେ ବିଜେପିରେ ସାମିଲ ହୋଇଛନ୍ତି । ସେ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ନେଇ ଚିଠି ଲେଖିଥିଲେ । ଚିଠି ଲେଖିବାର କିଛି ସମୟ ପରେ ସେ ବିଜେପିରେ ଯୋଗ ଦେଇଛନ୍ତି ।


ସେୟାର କରନ୍ତୁ