୧୦ମ ଜଟିଆ ପ୍ରୀମୀୟର ଲିଗ୍ ୨୦୨୪ ଅନୁଷ୍ଠିତ

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଟିଆ ବ୍ରାହ୍ମଣୀ ଦେବୀ ଖେଳ ପଡିଆରେ ୬ ଗୋଟି ଦଳକୁ ନେଇ ଜଟିଆ ପ୍ରୀମୀୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଆଜି ଗୋଟିଏ ଦିନରେ ୬ ଗୋଟି ଟିମ୍ ୩ଟି ମ୍ୟାଚ୍ ଖେଳି ଫାଇନାଲକୁ SNCC ଡାଇରେକ୍ଟ ପ୍ରବେଶ କରିଥିଲା । ସେମି ଫାଇନାଲରେ PK WARRIOR ଏବଂ BBCC ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏହି ମ୍ୟାଚ୍ ରେ PK WARRIOR ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲା ।

ଆଜିର ଫାଇନାଲ ମ୍ୟାଚ୍ SNCC ଏବଂ PK WARRIOR ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ SNCC ବ୍ୟାଟିଂ କରି ୬ ଓଭର ୫୬ ରନ କରିଥିବା ବେଳେ ଜବାବରେ PK WARRIOR ବିଜୟୀ ହୋଇଥିଲା ।

ଆଜିର ଏହି ଜଟିଆ ପ୍ରୀମୀୟର ଲିଗ୍ ରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସଭାପତି ତଥା ସରପଞ୍ଚ କୃଷ୍ଣ ଚନ୍ଦ୍ର ମହାନ୍ତି ,ସମିତିସଭ୍ୟ ବାସୁଦେବ ଦାସ, ଜଟିଆ ଗ୍ରାମ ସଭାପତି ଅରବିନ୍ଦ ସାହୁ ଏବଂ ବିଜୁ ଯୁବ ଜନତା ଦଳ ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ସାହୁ, ଆକାଶ ଦେହୁରୀ ଯୋଗଦେଇ ଖେଳକୁ ଉଦ୍ଘାଟନ କରିବା ସଙ୍ଗେ ସଙ୍ଗେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।

ଜଟିଆ ପ୍ରୀମୀୟର ଲିଗ୍ର ଆୟୋଜକ ଟିମ୍ର ସଦସ୍ୟ ରାଜେଶ ସାହୁ, ସୁଦୀପ ସାହୁ, ସନ୍ଦୀପ ସାହୁ, ସମ୍ବିତ ସାହୁ, ରାଜେଶ୍ ସାହୁ(ଜିଲୁ), ନଟବର ସାହୁ, ପୁଟନ ସାହୁ ଏବଂ ସଦସ୍ୟ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ଟୁର୍ଣ୍ଣାମେଣ୍ଟକୁ ପରିଚାଳିତ କରିଥିଲେ ।


ସେୟାର କରନ୍ତୁ