‘MCC ଚ୍ୟାଲେଞ୍ଜ ଟ୍ରଫି’: ମୁକ୍ତାପସିକୁ ହରାଇ ବାରିହାପୁର ଚମ୍ପିୟାନ

ଖେଳ
ସେୟାର କରନ୍ତୁ

ପରଜଙ୍ଗ : ଆୟୋଜକ ମୁକ୍ତାପସି ଟିମକୁ ହରାଇ ‘MCC ଚ୍ୟାଲେଞ୍ଜ ଟ୍ରଫି’କୁ ହାତେଇବାରେ ସଫଳ ହୋଇଛି ବାରିହାପୁର ଟିମ । ଏହି ଟୁର୍ଣ୍ଣାମେଣ୍ଟ ଗତ ଗୁରବାର ଦିନ ଅରମ୍ଭ ହୋଇ ସୋମବାର ଏହାର ଫାଇନାଲ ମ୍ୟାଚ୍ ଶେଷ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ 8ଟି ଟିମ ଭାଗ ନେଇଥିଲେ ।

ତେବେ ମୁକ୍ତାପସି ଟିମ କ୍ୟାପଟେନ ଟଚ ଜିତି ବ୍ୟାଟିଂର ନିଷ୍ପତି ନେଇ 12.3 ଓଭରରେ ସମସ୍ତ ୱେକେଟ ହରାଇ 100 ରନ ସଂଗ୍ରହ କରିପାରିଥିଲା । ଏହାର ଜବାବରେ ବାରିହାପୁର ଟିମ ନିର୍ଦ୍ଧାରିତ 15 ଓଭରରେ 7 ୱେକେଟ ହରାଇ 101 ରନ ସଂଗ୍ରହ କରି ଚମ୍ପିୟାନ ହୋଇଥିଲା ।

କହି ରଖୁଛୁ କି, ଏହି ମ୍ୟାଚର ଶେଷ ଓଭର ଏକ ରୋମାଞ୍ଚକର ହୋଇଥିଲା । ଯାହାକି ଏଭଳି କିଛି ହୋଇଥିଲା, ଦର୍ଶକ ଏବଂ ଓଭୟ ଟିମର ପିଲାମାନେ ଚୁପ ହୋଇଯାଇଥିଲା ଭଳି ମନେହୁଏ । ବାସ୍ତବରେ, ଶେଷ ଓଭରରେ ବାରିହାପୁର ଟିମକୁ ଜିତିବା ପାଇଁ ଆଉ ମାତ୍ର 10 ରନ ଆବଶ୍ୟକ ପଡୁଥିଲା, କିନ୍ତୁ ଓଭରର ଶେଷ ବଲରେ 4ରନ ଆବଶ୍ୟକ ପଡ଼ିଥିଲା, ବ୍ୟାଟ୍ସମ୍ୟାନ ମାନବ ଶେଷ ବଲରେ 4 ରନ କରି ଟିମ୍କୁ ବିଜୟ ଦେଇଥିଲେ ।

ସୂଚନା ମୁତାବକ, ଏଥିରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ କୁମାର ବେହେରା ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ପରଜଙ୍ଗ 2ନଂ ଜୁନର ଜିଲ୍ଲାପରିଷଦ ସଭ୍ୟ ନିରାକାର ପ୍ରଧାନ, ମୁକ୍ତାପସି ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ ଏବଂ ମୁକ୍ତାପସି ପଞ୍ଚାୟତର ସମିତିସଭ୍ୟ ବାବୁଲା ବିଶ୍ୱାଳ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

ତେବେ ଏହି ମ୍ୟାଚରେ ବାରିହାପୁର ଟିମର ବିଶ୍ୱଜିତ ସାହୁ ମ୍ୟାନ ଅଫ ଦ ମ୍ୟାଚ ଘୋଷିତ ହୋଇଥିଲାବେଳେ ଏହି ଟୁର୍ଣ୍ଣାମେଣ୍ଟର ପୁରା ଶୃଙ୍ଖଳାରେ ଭଲ ଖେଳି ମୁକ୍ତାପସି ଟିମର ଲିପୁନ ବିଶ୍ୱାଳ ମ୍ୟାନ ଅଫ ଦ ସିରିଜ ଘୋଷିତ ହୋଇଥିଲେ । ସେହିପରି ବେଷ୍ଟ ବ୍ୟାଟ୍ସମ୍ୟାନ ଭାବରେ ଆକାଶ ପଣ୍ଡା (ମୁକ୍ତାପସି), ବେଷ୍ଟ ବୋଲର ଅନିଲ ସାହୁ (ମୁକ୍ତାପସି), ଫିନସର ଭାବରେ ମାନବ (ବାରିହାପୁର), ବେଷ୍ଟ ଫିଲଡର ସୁଜିତ ସାହୁ (ବାରିହାପୁର), ବେଷ୍ଟ କ୍ୟାପଟେନ ମନୋଜ ବିଶ୍ୱାଳ (ବାରିହାପୁର) ମନୋନୀତ ହୋଇଥିଲେ ।

ସୂଚନା ଥାଉକି, ଖେଳ ପରିଚାଳନା ଦାୟିତ୍ୱ ବାପୁନ କୁମାର ବିଶ୍ୱାଳ ଏବଂ ନାନକ କୁମାର ସାହୁ ସମ୍ଭାଳି ଥିଲେ ।


ସେୟାର କରନ୍ତୁ