ପରଜଙ୍ଗରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନ

ରାଜ୍ୟ
ସେୟାର କରନ୍ତୁ


*500 ରୁ 450 ସମସ୍ୟାର ହୋଇଛି ସମାଧାନ

ପରଜଙ୍ଗ : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ 5ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭିକେ ପାଣ୍ଡିଆନ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ଐତିହାସିକ ଅନନ୍ତଶୟନ ଦର୍ଶନ କରିବା ସହ ଦୁଇଟି ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି l ପାଣ୍ଡିଆନ ପ୍ରଥମେ ସରାଙ୍ଗ IGIT ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ଼ରେ ଓଲ୍ହାଇ ଅନନ୍ତଶୟନ ପର୍ୟ୍ୟଟନ ସ୍ଥଳୀ ବୁଲି ଦେଖିଥିଲେ l ସେଠାରେ ଅନନ୍ତଶୟନ ବିଷ୍ଣୁ ମୂର୍ତ୍ତିଙ୍କ ଦର୍ଶନ କରିବା ସହ ପାରିପାର୍ଶ୍ଵିକ କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ l ପରେ ସ୍ଥାନୀୟ ଯାତ୍ରା ପଡିଆରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧନ କରିଥିଲେ l

ପରେ ପରଜଙ୍ଗ ମିନି ଷ୍ଟାଡିୟମରେ ପହଞ୍ଚି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଶାଳ ଜନସଭାରେ ବିରୋଧୀଙ୍କ ଉପରେ କଡା ପ୍ରହାର କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସାମଗ୍ରିକ ଉନ୍ନତି ପାଇଁ 1000କୋଟି ଟଙ୍କା ଅନୁମୋଦନ କରିଛନ୍ତି l ଏହାଦ୍ୱାରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ମଠ, ମନ୍ଦିର,ମସଜିଦ, ଚର୍ଚ୍ଚ,ସ୍କୁଲ, କଲେଜ, ସ୍ୱାସ୍ଥ୍ୟ କେନ୍ଦ୍ର, ରାସ୍ତା, ପାନୀୟ ଜଳ ଇତ୍ୟାଦି ସମସ୍ୟାର ସମାଧାନ ହୋଇଛି l ଗତ ଜୁଲାଇ ମାସରେ ମୁଁ ଆସିଥିବା ବେଳେ ପରଜଙ୍ଗ ନିର୍ବାଚନ ମଣ୍ଡଳୀରୁ 500 ଟି ବିଭିନ୍ନ ସମସ୍ୟାର ଅଭିଯୋଗ ପାଇଥିଲି l ଆଜି ସୁଦ୍ଧା ପ୍ରାୟ 450 ଟି ସମାଧାନ ହୋଇସାରିଛି l ଅନ୍ୟ ସମସ୍ୟା ଗୁଡିକ ଉପରେ ତୁରନ୍ତ ସମାଧାନ କରାଯିବ l ପରଜଙ୍ଗ ଅଞ୍ଚଳରେ ଲାଇନ ଲୋ ଭୋଲଟେଜ ହେଉଥିବାରୁ ଜନ୍ହପଡା ପାଖରେ ଗ୍ରୀଡ଼ କରିବା ପାଇଁ 50 କୋଟି, ମୁକ୍ତାପସି ପାଖରେ ସବ ଷ୍ଟେସନ ପାଇଁ 12 କୋଟି, କୁଆଳୁ ଅଷ୍ଟଶମ୍ଭୁ ମନ୍ଦିର ଏବଂ ରାସ୍ତା ଉର୍ନତି କରଣ ପାଇଁ 2 କୋଟି 20 ଲକ୍ଷ ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପରେ ଉକ୍ତ ସଭାରେ ଏ ସରକାର ଲୋକଙ୍କ ସରକାର, ଆପଣ ମାନଙ୍କ ସରକାର, ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଓ ଉନ୍ନତି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଚେଷ୍ଟା କରୁଛନ୍ତି l ଆପଣ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭଲ ପାଇବା ଓ ଆଶୀର୍ବାଦ ଅଜାଡି ଦେଉଥିବା ବେଳେ ସେ ଆପଣ ମାନଙ୍କ ପାଇଁ ଦିନରାତି ପରିଶ୍ରମ କରୁଛନ୍ତି l ଆଗାମୀ ଦିନରେ ଓଡିଶାକୁ ସମ୍ପୂର୍ଣ୍ଣ ରୂପେ ନୂଆ ରୂପରେଖ ଦେବା ପାଇଁ ନବୀନ ଓଡିଶା କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ l

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଂଗଠିନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ପରଜଙ୍ଗ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀ, ଯୁବ ନେତା ଅସିତ ରାୟ ଚୌଧୁରୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଦଳୀୟ ପଦାଧିକାରୀ ଯୋଗ ଦେଇଥିଲେ ଓ ପ୍ରଶାସନ ତରଫରୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଏସପି ଜ୍ଞାନରଞ୍ଜନ ମହାପାତ୍ର, କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ସମେତ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ l


ସେୟାର କରନ୍ତୁ