ପରଜଙ୍ଗ: ଭୀମଭୋଇ ଭିନ୍ନକ୍ଷମ ସ୍ୱାମର୍ଥ୍ୟ ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ମଙ୍ଗଳବାର ପରଜଙ୍ଗ ବ୍ଲକ ମହେଶ୍ଚନ୍ଦ୍ର ସୁବାହୁ ସିଂହ ନୋଡାଲ ବିଦ୍ୟା ପୀଠ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଢେ଼ଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ସହାୟତାରେ ପରଜଙ୍ଗ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା l

ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମରେ ପ୍ରାୟ 519 ଜଣ ହିତାଧିକାରୀଙ୍କ ପଞ୍ଜିକରଣ ହୋଇଥିବା ବେଳେ 494 ଜଣ ଭିନ୍ନକ୍ଷମମାନଙ୍କୁ ସଠିକ ଭାବରେ ପଞ୍ଜିକରଣ କରଯାଇଥିଲା । ସେମାନଙ୍କର ନାକ,କାନ,ଆଖି 87 ଜଣଙ୍କର ଡାକ୍ତର ଚିକିତ୍ସା ସହ 32 ଜଣଙ୍କୁ ପ୍ରମାଣ ପତ୍ର ସହିତ ଅନ୍ୟାନ୍ୟ ଆନୁସାଙ୍ଗିକା ପ୍ରଦାନ କରାଯାଇଥିଲା l

ତେବେ ଏଥି ସହିତ ରୋଡ଼ ପଞ୍ଚାୟତର 2 ଜଣକୁ ତିନି ଚକିଆ ସାଇକେଲ ଏବଂ ରୋଡ଼ ପଞ୍ଚାୟତର ସରପଞ୍ଚ ବିଶ୍ୱଜିତ୍ ନାୟକଙ୍କ ସହାୟତାରେ ପାଟରପଦା ପଞ୍ଚାୟତର ମକରା ବିଶ୍ବାଳଙ୍କୁ ଏକ ଟ୍ରାଇ ସାଇକେଲ ଯୋଗାଇ ଦିଆଯାଇଥିଲା l

ସୂଚନା ଥାଉକି, ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁବେନ୍ଧୁ କୁମାର ଖୁଣ୍ଟିଆ, ପରଜଙ୍ଗ ବି. ଡି. ଓ ମନ୍ମଥ ନାୟକ, ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା, ଜିଲ୍ଲା ପରିଷଦ ନିରାକାର ପ୍ରଧାନ ଏବଂ ବ୍ଲକ କର୍ମଚାରୀ ଓ ଅନ୍ୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ l


ସେୟାର କରନ୍ତୁ