ରଥଯାତ୍ରା: ଜୟ ଜଗନ୍ନାଥ ଧ୍ଵନିରେ ପ୍ରକମ୍ପିତ ହେଲା ମୁକ୍ତାପସି

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଜଗତର ନାଥ ଶ୍ରୀଜଗନ୍ନାଥ ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ଆଜି ମାଉସୀ ମାଆ ମନ୍ଦିରକୁ ଯାଇଛନ୍ତି । ପହଣ୍ଡି ବିଜେ କରି ରଥରେ ବସି 9 ଦିନ ପାଇଁ ଗୁଣ୍ଡିଚା ରାଣୀ ମନ୍ଦିରକୁ ଆସିଛନ୍ତି ତିନିଠାକୁର । କରୋନା କାରଣରୁ ଦୀର୍ଘ ଦୁଇବର୍ଷ ପରେ ଆଜି ପବିତ୍ର ଘୋଷଯାତ୍ରାରେ ପୁଣିଥରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । କେବଳ ପୁରୀ କାହିଁକି ସହର ଠାରୁ ଆରମ୍ଭ କରି ପୁର ପଲ୍ଲୀରେ ମଧ୍ୟ ଭକ୍ତମାନଙ୍କ ଦ୍ୱାରା ଏହି ଘୋଷ ଯାତ୍ରା ଅନୁଷ୍ଠିତ ହେଉଅଛି ।

ତେବେ ରୀତିନୀତିରେ ପାଳିତ ହେଉଥିବା ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ମିଳିଛି ପରଜଙ୍ଗ ବ୍ଲକ ଅନ୍ତର୍ଗତ ମୁକ୍ତାପସି ଗ୍ରାମରେ । ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ଜୟ ଜଗନ୍ନାଥ, ହରିବୋଲ, ବାଜା ବାଜେଣା, ଘଣ୍ଟ ହୁଳହୁଳିରେ ପ୍ରକମ୍ପିତ ହୋଇଛି ସାରା ମୁକ୍ତାପସି । ଏଠାରେ 2012 ମସିହାରୁ ଏହି ରଥଯାତ୍ରା ଦୀର୍ଘ 10 ବର୍ଷ ହେବ ଅନୁଷ୍ଠିତ ହେଉଅଛି । ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ କେବେଳ ରୀତିନୀତିରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି ।


ସେୟାର କରନ୍ତୁ