ଅର୍ଧେନ୍ଦୁ ଦାସଙ୍କ ନ୍ୟାୟ ଦାବି କଲା ପରଜଙ୍ଗ ସାମ୍ବାଦିକ ସଂଘ, ରାଜ୍ୟପାଳଙ୍କ ଉଦେଶ୍ୟରେ ପରଜଙ୍ଗ ଥାନା ଅଧିକାରୀଙ୍କୁ ଦାବିପତ୍ର

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ସୁନୀଲ କୁମାର ନାୟକ

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘ ସହ ସମ୍ପାଦକ ଲଷ୍ମୀଧର ନାୟକଙ୍କ ଆହ୍ୱାନ କ୍ରମେ ପରଜଙ୍ଗ ବ୍ଲକ ସାମ୍ବାଦିକ ସଙ୍ଘ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ପରଜଙ୍ଗ ଥାନା ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ବଡଖବରର ମୁଖ୍ୟ ସମ୍ପାଦକ ଅର୍ଧେନ୍ଦୁ ଦାସଙ୍କୁ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଅର୍ଥନୈତିକ ଅପରାଧଶାଖା ଅଧିକାରୀ ମାନେ ରାତି ଅଧରେ ଘରୁ ଉଠାଇ ଆଣି ଗିରଫ କରିବାକୁ ପ୍ରତିବାଦ କରିଛି ପରଜଙ୍ଗ ସାମ୍ବାଦିକ ସଙ୍ଘ l

ଏହି ଗିରଫ ଦାରୀକୁ ନେଇ ସାରା ରାଜ୍ୟରେ ପ୍ରତିବାଦରସ୍ୱର ଉଠୁଥିବା ବେଳେ ପରଜଙ୍ଗ ସାମ୍ବାଦିକ ସଙ୍ଘ ମଧ୍ୟ୍ୟ ଉକ୍ତ ଘଟଣାର ଦୃଢ଼ ପ୍ରତିବାଦ କରିଛି l ରବିବାର ପୂର୍ବାହ୍ନରେ ପରଜଙ୍ଗ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ବ୍ୟାନରଧରି ପ୍ରଥମେ ଗଡ଼ଜାତ ସ୍ୱାଧୀନତା ସଂଗ୍ରାମୀ ମହେଶ୍ଚନ୍ଦ୍ର ସୁବାହୁସିଂ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ଏହା ପରେ ବିଭିନ୍ନ ସ୍ଲୋଗାନ ଦେବା ସହ ଏହାର ଦୃଢ ପ୍ରତିବାଦ କରିବା ସହ ପରଜଙ୍ଗ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ l

ବଡ଼ ଖବରର ମୁଖ୍ୟ ସମ୍ପାଦକ ସବୁବେଳେ ସଦା ସର୍ବଦା ସତ୍ୟର ସାମ୍ନା କରି ଆସୁଛନ୍ତି, ଯେଉଁଥିପାଇଁ କି ଆକ୍ରୋଶର ଶିକାର ହେବାକୁ ପଡୁଛି ବୋଲି କୁହନ୍ତି ବରିଷ୍ଠ ସାମ୍ବାଦିକ ଲଷ୍ମୀଧର ନାୟକ l ଏହି ଘଟଣାରେ ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭକୁ ହତ୍ୟା କରାଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି l ତେଣୁ ପରଜଙ୍ଗ ବ୍ଲକର ସମସ୍ତ ସାମ୍ବାଦିକ ମାନେ ଏକାଠି ହୋଇ ଅର୍ଧେନ୍ଦୁ ଦାସଙ୍କୁ ନ୍ୟାୟ ଦାବିରେ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ପାଇଁ ମାନନୀୟ ମହା ମହିମ ରାଜ୍ୟପାଳଙ୍କୁ ପରଜଙ୍ଗ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ମାନେ ଦାବିପତ୍ର ଦେଇଛନ୍ତି l


ସେୟାର କରନ୍ତୁ