ଦୁଇ ଅନାଥଙ୍କୁ ଯୁବଶକ୍ତି ଅଧ୍ୟକ୍ଷ ହିମାଂଶୁ ବାରିକଙ୍କର ସହାୟତା

ରାଜ୍ୟ
ସେୟାର କରନ୍ତୁ

କଙ୍କଡାହାଡ଼: ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମର ହେମନ୍ତ ପ୍ରଧାନ ଏବଂ ତାଙ୍କ ପତ୍ନୀ ମୁକ୍ତା ପ୍ରଧାନ ଏହି କିଛି ଦିନ ପ୍ରାଣ ହରାଇଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁ ପ୍ରଧାନ ଓ ଝିଅ ଏଲୀନା ପ୍ରଧାନ ଅନାଥ ହୋଇ ପଡି ଅଛନ୍ତି l

ତେବେ ଏହି ଦୁଃଖଭରା ଖବର ପାଇ ଯୁବଶକ୍ତିର ଅଧ୍ୟକ୍ଷ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥି ଲୋକପ୍ରିୟ ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ଦୁଃଖ ପ୍ରକାଶ କରିବା ସହ ପିଲା ଦ୍ବୟଙ୍କୁ ସମବେଦନା ଜଣାଇଥିଲେ l ଏହି ଅନାଥ କୁନି ପୁଅ ଝିଅଙ୍କ ନିମନ୍ତେ ଫଳ ସେଓ, କଦଳୀ, କମଳା, ବିସ୍କୁଟ,ବ୍ରେଡ଼ ଦେବା ସହ ଅନ୍ୟାନ୍ୟ ସମୟରେ ଯାହା ଦରକାର ପଡିବ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ ସହଯୋଗ କରିବେ ବୋଲି ଅନାଥ ପିଲାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ l

ଏହି ଅନାଥ ପିଲାମାନଙ୍କୁ ଅନ୍ୟମାନେ ମଧ୍ୟ ସାହାଯ୍ୟ ସହଯୋଗ କରିବା ପାଇଁ ଆଗେଇ ଆସିବା ଉଚିତ ବୋଲି ନିବେଦନ ମଧ୍ୟ କରିଥିଲେ l ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅନାଥ ଭାଇ ଭଉଣୀ ମାନଙ୍କର ସମସ୍ତ ପଢିବା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ସରକାରୀ ସାହାଯ୍ୟ ସହଯୋଗ କରିବା ପାଇଁ ଗଣମାଧ୍ୟମ ଜରିଆରେ ନିବେଦନ କରିଥିଲେ l


ସେୟାର କରନ୍ତୁ