ଲିମ୍ବପତ୍ରର ଉପକାରିତା ବିଷୟରେ କିଛି ଜାଣିବା କଥା

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଲିମ୍ବପତ୍ରର ସ୍ୱାଦ କଣ ଆମ୍ଭେମାନେ ସମସ୍ତେ ଜାଣିଛନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଲିମ୍ବପତ୍ର ଖାଇବା ଦ୍ୱାରା ଆମ ଶରୀର କେତେ ଲାଭ ଦାୟକ ହୋଇଥାଏ । ଆୟୁର୍ବେଦ ଓ ପାରମ୍ପରିକ ଚିକିତ୍ସା ବ୍ୟତୀତ ଗବେଷଣାରେ ବୈଜ୍ଞାନିକମାନେ ଲିମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଅନେକକଥା ଦର୍ଶାଇଛନ୍ତି । ପ୍ରତି ଦିନ ଖାଲିପେଟରେ ଲିମ୍ବ ପତ୍ର ଖାଇବା ଦ୍ୱାରା ଆମ ଶରୀରର ବିଭିନ୍ନ ରୋଗ ଭଲ ହୋଇଯାଇଥାଏ ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି । ତାହାହେଲେ ଆସନ୍ତୁ ଜାଣିବା ଲିମ୍ବ ପତ୍ର ଖାଇବା ଦ୍ୱାରା ଆମ ଶରୀର ପାଇଁ କ’ଣ ଫାଇଦା ହୋଇଥାଏ ।

ବ୍ଲଡ଼ ସୁଗାରକୁ କଣ୍ଟ୍ରୋଲ କରିଥାଏ ଲିମ୍ବ ପତ୍ର-

ଆଜିକାଲି ମଧୁମେହ ରୋଗୀଙ୍କ ସଂଖ୍ୟା ଅଧିକ ଦେଖିବାକୁ ମିଳିଛି । ଏହି ରୋଗ ଭଲ ହେବା ପାଇଁ ରୋଗୀମାନେ ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍ ଖାଉଛନ୍ତି । ଏହାସହ ଘରୋଇ ଉପଚାର ମଧ୍ୟ କରୁଛନ୍ତି । କିନ୍ତୁ ମଧୁମେହ ରୋଗୀମାନେ ଯଦି ପ୍ରତିଦିନ ସକାଳେ ଖାଲି ପେଟରେ ଲିମ୍ବ ପତ୍ର ଖାଆନ୍ତି, ତାହାହେଲେ ସେମାନଙ୍କର ବ୍ଲଡ ସୁଗାର କଣ୍ଟ୍ରୋଲ ରହିଥାଏ । ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ରକ୍ତ ସଫା ରଖିଥାଏ ଲିମ୍ବ ପତ୍ର-

ଲିମ୍ବପତ୍ରର ଏପରି ଔଷଧୀୟ ଗୁଣ ରହିଛି, ଯାହା ଆମ ଶରୀରର ରକ୍ତକୁ ସଫା ରଖିଥାଏ । ପ୍ରତିଦିନ ସକାଳେ ଖାଲିପେଟରେ ଏହାକୁ ଖାଇଲେ ଆମ ରକ୍ତରେ ଥିବା ବିଷାକ୍ତ ପଦାର୍ଥକୁ ନଷ୍ଟ କରି ଦେଇଥାଏ । ଆମ ଶରୀରକୁ ବିଭିନ୍ନ ରୋଗଦାଉରୁ ରକ୍ଷା କରିଥାଏ ।

ପାଚନ ସମସ୍ୟାକୁ ଠିକ୍ କରିଥାଏ ଲିମ୍ବ ପତ୍ର-

ପାଚନ ସମସ୍ୟାକୁ ଠିକ୍‌ କରିଥାଏ ଲିମ୍ବପତ୍ର । ପ୍ରତିଦିନ ସକାଳେ ଲିମ୍ବ ପତ୍ରକୁ ପାଣିରେ ସିଜାଇ ତାର ପାଣିକୁ ପିଇଲେ ପେଟରେ ଅମ୍ଲ ହୋଇ ନଥାଏ । କେବେ ପେଟରେ ଯନ୍ତ୍ରଣା ମଧ୍ୟ ହୋଇନଥାଏ । ଏହା ଆମ ଶରୀରରେ ବିଷାକ୍ତ ପଦାର୍ଥକୁ ବାହାର କରି ପେଟସଫା କରିବାରେ ସାହାଯ୍ୟ କରିଥାଏ ।

ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ଲିମ୍ବ ପତ୍ର-

ନିମ୍ବ ପତ୍ରରେ ଭିଟାମିନ୍ ଓ ମିନେରାଲ୍ସ ରହିଥାଏ । ଏହା ଖାଇବା ଦ୍ୱାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଯାହାଫଳରେ ଆମ ଶରୀରକୁ ରୋଗ ଦାଉରୁ ରକ୍ଷା କରିଥାଏ ।


ସେୟାର କରନ୍ତୁ