ଡାଇବେଟିସ ଆଶଙ୍କା କମ କରିଥାଏ କଫି

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣ ଦୈନନ୍ଦିନ ଜୀବନରେ କଫି ପିଉଥିବେ, ତେବେ ଏହାର କାରଣ ଓ ଉପକାର ବିଷୟରେ ଜାଣିଛନ୍ତି କି ୲ ପ୍ରତିଦିନ କଫି ପିଇଲେ କଣ ସବୁ ଫାଇଦା ମିଳିଥାଏ ଆଜି ଆମେ ଆପଣଙ୍କୁ କହିବୁ ୲ କଫି ପିଇବାକୁ କେତେକ ପସନ୍ଦ କରୁଥିବାବେଳେ କେତେକ ନାପସନ୍ଦ କରନ୍ତି ।

ହେଲେ କଫି ପ୍ରିୟ ଶକ୍ତି ଅଧିକ ଥାଏ । କଫି ଥକ୍ୱାପଣକୁ ମେଣ୍ଟାଇବା ସହ ମଧୁମେହ ରୋଗର ଆଶଙ୍କାକୁ ଦୂର କରେ । ଏକ ନୂତନ ଗବେଷଣାରୁ ଜଣାପଡିଛି ପ୍ରତିଦିନ 3/4 କପ କଫି ପିଇବା ଦ୍ୱାରା ମଧୁମେହ ଆଶଙ୍କା 25 ପ୍ରତିଶତ ହ୍ରାସ ପାଇଥାଏ ।

ଗବେଷକଙ୍କ ଅନୁସାରେ ନିୟମିତ କଫି ପିଇବା ଦ୍ୱାରା ଟାଇପ୍ -2 ମଧୁମେହ ଦୂର ହୋଇଥାଏ । ଏହି ଗବେଷଣାରେ କଫି ପିଇବା ଏବଂ ମଧୁମେହ ହେବା ଉପରେ ଏକ ଚର୍ଚ୍ଚା କରାଯାଇଥିଲା । ଏଥିରେ ପ୍ରକାଶ କରାଯାଇଛି ଯେଉଁମାନେ ପ୍ରତିଦିନ 3/4 କପ୍ କଫି ପିଉଛନ୍ତି ସେମାନେ କଫି ନପିଉଥିବା ବ୍ୟକ୍ତିଙ୍କ ଠାରୁ ବେଶ୍ ସୁସ୍ଥ ।

କାରଣ କଫି ପିଉଥିବା ବ୍ୟକ୍ତିଙ୍କୁ ମଧୁମେହ ଆଶଙ୍କା 25 ପ୍ରତିଶତ ହ୍ରାସ ପାଇଥାଏ । ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରତି ଏକ କପରେ ମଧୁମେହ ଆଶଙ୍କା 8 ପ୍ରତିଶତ ହ୍ରାସ ପାଇଥାଏ ।


ସେୟାର କରନ୍ତୁ