ଦବଙ୍ଗ 3 – ପ୍ରଥମ ଦିନ ବକ୍ସ ଅଫିସରେ ଚାଲିଲା ସଲମାନ୍ ଖାନଙ୍କ ‘ଦବଂଗଇ’, ଏହି 7ଫିଲ୍ମର ଭାଙ୍ଗିଛି ରେକର୍ଡ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସଲମାନ୍ ଖାନଙ୍କ ଦବଙ୍ଗ 3 ବକ୍ସ ଅଫିସରେ ପ୍ରଥମ ଦିନର ଆରମ୍ଭ ଠିକ ଠାକ ରହିଛି । ଫିଲ୍ମଟି ପ୍ରଥମ ଦିନ ଟିକେଟ ଖିଡକୀରେ 24.50କରୋଡ଼ର ବିଜନେସ କରିଅଛି । ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ମୁବିର ଫାଷ୍ଟ ଡେ଼ କଲେକ୍ସନର ଆଂକଡ଼େ ସେୟାର କରି ଦେଇଛନ୍ତି ।

ତେବେ, ଫିଲ୍ମ ରିଲିଜ ହେବା ପୂର୍ବରୁ କୟାସ ଲଗାଇ ଯାଉଥିଲାକି ଫିଲ୍ମଟି ପ୍ରଥମ ଦିନ 40କରୋଡ଼ ପର୍ଯ୍ୟନ୍ତ କାରବାର କରିପାରେ । କେତେ ଜାଗାରେ ଦର୍ଶକ ମାନେ ସିନେମା ଘରେ ଟିକେଟ୍କୁ ଆଡ଼ଭାନ୍ସ ବୁକିଂ ମଧ୍ୟ କରିଥିଲେ । କିନ୍ତୁ ଫିଲ୍ମଟି 40 କରୋଡ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ଏହି ସମୟରେ ଦେଶରେ ଜାଗା ଜାଗା ନାଗରିକତା ସଂଶୋଧନ ବିଲ ବିରୋଧରେ ଚାଲୁଥିବା ପ୍ରଦର୍ଶନର ଅସର ମଧ୍ୟ ଫିଲ୍ମର ବିଜନେସ ଉପରେ ପଡୁଥିବାର ଦେଖା ଯାଇପାରେ ।

ସୂଚନା ଥାଉକି,ପୁଣି ମଧ୍ୟ ସଲମାନ୍ ଖାନଙ୍କ ଦବଙ୍ଗ 3 ନିଜର କେତେ ଗୁଡିଏ ଫିଲ୍ମର ରେକର୍ଡ ଭାଙ୍ଗି ଦେଇଛି । ପ୍ରଭୁଦେବାଙ୍କ ନିର୍ଦେଶନାରେ ବନିଥିବା ଏହି ଫିଲ୍ମ ସଲମାନ୍ ଖାନଙ୍କ ନିଜର ସାତ ଫିଲ୍ମର ଫାଷ୍ଟ ଡେ଼ କଲେକ୍ସନର ରେକର୍ଡକୁ ପଛରେ ପକାଇ ଦେଇଛି । ଏଥିରେ ଦବଙ୍ଗ 14.50କରୋଡ, ବୀର 7କରୋଡ, ରେଡ଼ି 13.15କରୋଡ, ବଡିଗାର୍ଡ଼ 21.60କରୋଡ, ‘ଦବଙ୍ଗ 2’ 21.10କରୋଡ, ଜୟ ହୋ 17.25କରୋଡ, ଟ୍ୟୁବ ଲାଇଟ 21.15କରୋଡ ସାମିଲ ଅଛି । ଦବଙ୍ଗ 1ପ୍ରଥମ ଦିନ 14.50କରୋଡ ଏବଂ ଦବଙ୍ଗ 2 ପ୍ରଥମ ଦିନ 21.10 କରୋଡର କାରବାର କରିଥିଲା ।

କହିବାତ ଦବଙ୍ଗ 3ର କାହାଣୀ ଚୂଲବୁଲ ପାଣ୍ଡେଙ୍କ ଅତୀତର କଥା ଅଟେ । ଫିଲ୍ମରେ ସଲମାନ୍ ଖାନ୍ ପୁଣି ଥରେ ଚୂଲବୁଲ ପାଣ୍ଡେଙ୍କ ଭୂମିକାରେ ଆସୁଛନ୍ତି । ଏଇ ଥର ତାଙ୍କୁ ପୂର୍ବ ଅପେକ୍ଷା ୟଙ୍ଗ ଦେଖାଯାଇଅଛି । ସଲମାନଙ୍କ ସାଥିରେ ଏହି ଫିଲ୍ମରେ ସୋନାକ୍ଷୀ ସିଂହା ରୋମାନ୍ସ କରିଛନ୍ତି । ଏହା ସାଥିରେ ଅଭିନେତ୍ରୀ ସଇ ମାଞ୍ଜରେକର ଏହି ଫିଲ୍ମରେ ନୂଆ ଅଭିନେତ୍ରୀ ଭାବରେ ଏଥିରେ ଅଭିନୟ କରିଛନ୍ତି ।


ସେୟାର କରନ୍ତୁ