ରଜ ସଂକ୍ରାନ୍ତିରେ ଗାଁଠୁ ସହର ସବୁଠି ଉତ୍ସବ ମୁଖର, ରଜପାନ ଖାଇ କୁଆଁରୀ ଝିଅମାନେ ଖେଳୁଛନ୍ତି ଦୋଳି

ଜୀବନଚର୍ଯ୍ୟା ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ପହିଲି ରଜ ପରେ ଆଜି ହେଉଛି ଦ୍ବିତୀୟ ରଜ ଅର୍ଥାତ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ହେଉଛି ଦ୍ବିତୀୟ ଦିନ । ଆସନ୍ତା କାଲି ଭୂମି ଭୂମିଦହନ ରଜ । ପ୍ରଥମ ରଜ ଅର୍ଥାତ ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ । ଏହି ଦିନ ରଜ ସହ ସଂକ୍ରାନ୍ତି ହୋଇଥିବା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

ନୂଆ ପିନ୍ଧି ସଜବାଜ ହୋଇ ସଭିଏଁ ପହିଲି ରଜକୁ ମନଭରି ଉପଭୋଗ କରିଛନ୍ତି । କରୋନା କାରଣରୁ ଦୁଇବର୍ଷ ପରେ ପ୍ରଥମ ଦିନରେ ଜମିଥିଲା ରଜ ମଉଜ । ଗାଁଠୁ ନେଇ ସହର ସବୁଠି ପହିଲି ରଜକୁ ମନଭରି ପାଳିଥିଲେ ସଭିଏଁ । ଦୋଳି ଖେଳିବା ସହିତ ପୋଡପିଠା ଓ ରଜପାନର ମହକରେ ମହକି ଉଠିଥିଲା ଖଣ୍ଡମଣ୍ଡଳ । ରଜରେ କବାଡି, କୁଆଁରୀଙ୍କ ସଜବାଜ ଶୃଙ୍ଗାର ସହ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇ ସାଙ୍ଗସାଥୀ ମିଶି ଏକାଠୀ ହୋଇ ପାଳିଥିଲେ ପହିଲି ରଜ । ସେହି ପରି ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳୁଛନ୍ତି ସଭିଏଁ ।


ସେୟାର କରନ୍ତୁ