ପରଜଙ୍ଗ ବିଜେଡି ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ରବିବାର ପରଜଙ୍ଗ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ପରଜଙ୍ଗ ମହାବିଦ୍ୟାଳୟ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ 174 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ତେବେ ରକ୍ତଦାନ ଶିବିରରେ ପୂର୍ବତନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପରଜଙ୍ଗ ପର୍ଯ୍ୟବେକ୍ଷକ ଆଶିଷ ଚକ୍ରବର୍ତ୍ତୀ ଯୋଗଦେଇଥିଲେ ।

ତେବେ ମୁଖ୍ୟ ଅତିଥି ସ୍ବର୍ଗତ ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହାପରେ ଶ୍ରୀ ପାତ୍ରଙ୍କ ସଦଗତି କାମନା ପୂର୍ବକ ଅତିଥିମାନଙ୍କ ସହ ସମସ୍ତ ସଦସ୍ୟବୃନ୍ଦ ଏକ ମିନିଣ୍ଟର ନିରବ ପ୍ରାର୍ଥନା କରିଥିଲେ ।

ତେବେ ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୁବନେତା ଅସିତ କୁମାର ରାୟ ଚୌଧୁରୀ ସମେତ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ, 2ନଂ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା, ନିରାକାର ପ୍ରଧାନ, ପୂର୍ବତନ ବ୍ଲକ ଅଧକ୍ଷ ଅକ୍ଷୟ ବେହେରା, ବିଜେଡି ବ୍ଲକ ସଭାପତି କୃଷ୍ଣ ମହାନ୍ତି, ପରଜଙ୍ଗ ବ୍ଲକ ବିଜୁ ଯୁବଜନତା ଦଳର ସଭାପତି ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।


ସେୟାର କରନ୍ତୁ