ରାଜ୍ୟରେ ସୁସ୍ଥ ହେଲେ 120 କରୋନା ଆକ୍ରାନ୍ତ,ମୋଟ ସୁସ୍ଥ ସଂଖ୍ୟା 2974

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 120 କରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଏହି ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ 2974 ହୋଇଅଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ତେବେ ଏହି ସୁସ୍ଥ 120 ମଧ୍ୟରେ ଯାଜପୁର ଜିଲ୍ଲାରୁ ସର୍ବାଧିକ 19 ଜଣ, କଟକ ଜିଲ୍ଲାରୁ 15 ଜଣ, ମୟୂରଭଂଜ ଓ ଖୋର୍ଦ୍ଧା ଜିଲ୍ଲାରୁ 11-11 ଜଣ, ନୂଆପଡ଼ା ଜିଲ୍ଲାରୁ 9 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 7 ଜଣ, କନ୍ଧମାଳ ଜିଲ୍ଲାରୁ 6 ଜଣ, ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାରୁ 5 ଜଣ ଲେଖାଏଁ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ଝାରସୁଗୁଡ଼ା ଜିଲ୍ଲାରୁ 4-4 ଜଣ, କେନ୍ଦୁଝର, ଗଂଜାମ ଓ ପୁରୀ ଜିଲ୍ଲାରୁ 3 ଜଣ ଲେଖାଁଏ, ଅନୁଗୁଳ, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରୁ 2-2 ଜଣ ଏବଂ ମାଲକାନଗିରି ଜିଲ୍ଲାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।


ସେୟାର କରନ୍ତୁ