ସୁନାବେଶ : ବଡ଼ଦାଣ୍ଡରେ ଶ୍ରୀଜିଓଙ୍କୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ରାଜ୍ୟ
ସେୟାର କରନ୍ତୁ

ପୁରୀ : ଆଷାଢ଼ ମାସ ଶୁକ୍ଳ ଏକାଦଶୀ ତିଥିରେ ବଡ଼ଦାଣ୍ଡରେ ତିନିରଥ ଉପରେ ବିରାଜମାନ ମହାପ୍ରଭୁ, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମହାପ୍ରଭୁଙ୍କ ଏହି ବିରଳ ବେଶ (ବଡ଼ତଢ଼ାଉ ବେଶ) ଦର୍ଶନ କରି ଲକ୍ଷାଧିକ ଭକ୍ତ ନିଜକୁ ଧନ୍ୟ ମନେ କରିଛନ୍ତି । ପ୍ରଶାସନ ପକ୍ଷରୁ ସୁବ୍ୟବସ୍ଥିତ ବେରିକେଡରେ ଯାଇ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।

ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ରାତି 12ଟା ଯାଏଁ ଭକ୍ତମାନଙ୍କୁ ମହାପ୍ରଭୁ ସୁନାବେଶରେ ଦର୍ଶନ ଦେବେ ବୋଲି ସୂଚନା ରହିଛି ।


ସେୟାର କରନ୍ତୁ