ରାଜ୍ୟରେ 561 କରୋନା ପଜିଟିଭ ଚି଼ହ୍ନଟ, ମୋଟ ସଂଖ୍ୟା 8106

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ଆଜି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ଼ ସଂଖ୍ୟକ 561 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8106କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 561 ଜଣଙ୍କ ମଧ୍ୟରୁ 425 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 136 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି ।

ତେବେ ଏହି ନୂତନ ସଂକ୍ରମିତଙ୍କ ମଧ୍ୟରେ ସବୁଠାରୁ ଅଧିକ 283 ଜଣ ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ 21 ଜଣ, ଭଦ୍ରକରୁ 1 ଜଣ, ବଲାଙ୍ଗୀର ରୁ 19 ଜଣ, କଟକରୁ 81 ଜଣ, ଢେଙ୍କାନାଳରୁ 3 ଜଣ, ଜଗତସିଂହପୁରରୁ 6 ଜଣ, ଯାଜପୁରରୁ 3 ଜଣ, ଝାରସୁଗୁଡ଼ାରୁ 2 ଜଣ, କଳାହାଣ୍ଡିରୁ 5 ଜଣ, କେନ୍ଦ୍ରାପଡ଼ାରୁ 2 ଜଣ, କେନ୍ଦୁଝରରୁ 6 ଜଣ, ଖୋର୍ଦ୍ଧାରୁ 26 ଜଣ, କୋରାପୁଟରୁ 4 ଜଣ, ମୟୁରଭଞ୍ଜରୁ 10 ଜଣ, ପୁରୀରୁ 1 ଜଣ, ରାୟଗଡ଼ା ରୁ 76 ଜଣ, ସମ୍ବଲପୁରରୁ 8 ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ 3 ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ ଜଣେ ଅମ୍ଫାନ ବାତ୍ୟାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତା କର୍ମଚାରୀ ଥିବା ଜଣାଯାଇଛି ।

ଏବେ ରାଜ୍ୟରେ ମୋଟ 5502ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା 2567 ରହିଛି ।


ସେୟାର କରନ୍ତୁ