ପିଏମ ମୋଦିଙ୍କ ଟିମରେ 15 କ୍ୟାବିନେଟ ଏବଂ 28 ରାଜ୍ୟ ମନ୍ତ୍ରୀ ସାମିଲ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ବୁଧବାର ମୋଦୀ ସରକାରଙ୍କର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ କରାଯାଇଛି । 43 ମନ୍ତ୍ରୀ ରାଷ୍ଟ୍ରିୟ ଭବନରେ ଶପଥ ଗ୍ରହଣ କରିଛନ୍ତି । ଜ୍ୟୋତିରାଦିତ୍ୟ ସିନ୍ଧିଆ, ସରବାନନ୍ଦ ସୋନୋୱାଲ, ଅନୁରାଗ ଠାକୁର, କିରେନ ରିଜିଜୁ, ହରଦୀପ ପୁରୀଙ୍କ ସମେତ 15 ଜଣ ମନ୍ତ୍ରୀଙ୍କୁ କେନ୍ଦ୍ର କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏଥି ସହ ମୀନାକ୍ଷୀ ଲେଖୀ, ପଙ୍କଜ ଚୌଧୁରୀ, ଅନୁପ୍ରିୟା ପଟେଲ, ଶୋଭା କରନ୍ଦଲାଜେଙ୍କ ସମେତ 28 ଜଣଙ୍କୁ ରାଜ୍ୟ ମନ୍ତ୍ରୀ କରାଯାଇଛି ।

କେନ୍ଦ୍ର ସରକାରଙ୍କ କ୍ୟାବିନେଟରେ ଅନେକ ନେତା ପଦୋନ୍ନତି ପାଇଥିବାବେଳେ ଅନେକଙ୍କୁ ପ୍ରଥମ ଥର ପାଇଁ ମନ୍ତ୍ରୀ ପଦ ଦିଆଯାଇଛି । ମନ୍ତ୍ରିମଣ୍ଡଳରେ ନାରାୟଣ ଟାଟୁ ରାଣେ, ସରବାନନ୍ଦ ସୋନୋୱାଲ, ଡ଼ଃ ବିରେନ୍ଦ୍ର କୁମାର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାମଚନ୍ଦ୍ର ପ୍ରସାଦ ସିଂହ, ଅଶ୍ୱିନୀ ବୈଷ୍ଣବ, ପଶୁପତୀ ପାରସ, କିରେନ ରିଜିଜୁ, ରାଜ କୁମାର ସିଂହ, ହରଦୀପ ସିଂହ ପୁରୀ, ମନସୁଖ ମଣ୍ଡଭିଆ, ଭୂପେନ୍ଦ୍ର ଯାଦବ, ପୁରୋଷତମ ରୁପାଲା, ଜୀ କିଶନ ରେଡ୍ଡୀ ଏବଂ ଅନୁରାଗ ଠାକୁରଙ୍କ ନାମ ଅନ୍ତର୍ଭୁକ୍ତ ।


ସେୟାର କରନ୍ତୁ