ରାଜ୍ୟର ଆଗାମୀ 3 ଓ 4 ଦିନ ଯାଏ ଗ୍ରୀଷ୍ମପ୍ରବାହ ଲାଗି ରହିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ଆଗାମୀ 3 ରୁ 4 ଦିନ ଯାଏ ତାତିରୁ ନିସ୍ତାର ନାହିଁ । ରାଜ୍ୟର କିଛି ଜିଲ୍ଲାରେ ଗ୍ରୀଷ୍ମପ୍ରବାହରୁ ଭୀଷଣ ଗ୍ରୀଷ୍ମପ୍ରବାହ ଲାଗିରହିବା ସମ୍ଭାବନା ରହିଥିଲାବେଳେ ପରବର୍ତୀ ସମୟରେ ତାପମାତ୍ରା ସାମାନ୍ୟ ତଳକୁ ଖସିବାର ସମ୍ଭାବନା ରହିଛି ବୋଲି ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଆସନ୍ତାକାଲି ପାଇଁ 8 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୋନପୁର, ବଲାଙ୍ଗୀର, କେଉଁଝର, ଝାରସୁଗୁଡା, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ବରଗଡ଼ ଆଦି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।


ସେୟାର କରନ୍ତୁ