ବିରାଟ କୋହଲିଙ୍କ ପୂର୍ବରୁ ମଧ୍ୟ ଏହି କ୍ରିକେଟରଙ୍କୁ ଡେଟ କରିସାରିଛନ୍ତି ଅନୁଷ୍କା ଶର୍ମା, ବହୁତ ଆକର୍ଷଣୀୟ ରହିଛି ଅଭିନେତ୍ରୀଙ୍କ ପ୍ରେମ ଜୀବନ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅନୁଷ୍କା ଶର୍ମାଙ୍କ ଫିଲ୍ମ କ୍ୟାରିୟର ଯେତେ ସାନଦାର ଅଟେ, ତାଙ୍କ ବ୍ୟକ୍ତିଗତ ଜୀବନ ସେତିକି ଆକର୍ଷଣୀୟ ଅଟେ । ଆଜି ଏହି ବଲିଉଡ ଅଭିନେତ୍ରୀ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଏବଂ ଉଭୟ ଏକ ଝିଅର ପିତାମାତା ମଧ୍ୟ ହୋଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଅନୁଷ୍କା ଶର୍ମାଙ୍କ ପ୍ରେମ କାହାଣୀରେ ଅନେକ ହିରୋ ଅଛନ୍ତି ।

ପ୍ରଥମେ ତାଙ୍କର ରଣବୀର ସିଂଙ୍କ ସହ ପ୍ରେମ କାହାଣୀ ଚାଲିଥିଲା ​​କିନ୍ତୁ ବିରାଟଙ୍କ ପୂର୍ବରୁ ଅନ୍ୟ ଖେଲାଳୀଙ୍କ ପ୍ରେମରେ ପଡିଥିଲେ ଅନୁଷ୍କା । ହେଲେ ସେହି ଖେଳାଳିଙ୍କ ସହ ସମ୍ପର୍କ ଅଧିକ ଦିନ ରହିଲା ନାହିଁ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ସେହି ଖେଳାଳିଙ୍କ ବିଷୟରେ , ତେବେ ଚାଲନ୍ତୁ ଜାଣିବା ତାଙ୍କ ଲଭ-ଲାଇଫ୍‌ ବିଷୟରେ…

ବଲିଉଡରେ ଡେବ୍ୟୁ କରିବାର କିଛି ବର୍ଷ ପରେ ଅନୁଷ୍କା ରଣବୀର ସିଂଙ୍କୁ ଡେଟ୍‌ କରୁଥିଲେ। ସେମାନଙ୍କ ପ୍ରେମର କାହାଣୀ ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଅବଶ୍ୟ, ଏହି ସମ୍ପର୍କ ଅଧିକ ଦିନ ରହିଲା ନାହିଁ । ପରେ ଅନୁଷ୍କା କ୍ରିକେଟର ସୁରେଶ ରାଇନାଙ୍କୁ ଡେଟ କରୁଥିବା ଖବର ସାମ୍ନା ଆସିଥିଲା । ଉଭୟଙ୍କ ପ୍ରେମର କାହାଣୀ ଖୁବ୍‌ ଆଲୋଚନାର ବିଷୟ ପାଲଟିଥିଲା । କୁହାଯାଉଥିଲା କି ଯେଉଁଭଳି ଭାବରେ ସେମାନଙ୍କର ସମ୍ପର୍କକୁ ଏକ ଗୁପ୍ତ ଭାବରେ ଚଳାଇଥିଲେ, ସେହିଭଳି ଭାବରେ ସେମାନଙ୍କ ପ୍ରେମ କାହାଣୀ ଶେଷ କରିଥିଲେ । ହେଲେ ଏସମ୍ପର୍କ ବିଷୟରେ କେବେ ନିଶ୍ଚିତ କରି ନାହାଁନ୍ତି ବା ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ ।

ଶେଷରେ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ସମ୍ପର୍କ ମିଡିଆରେ କଭରେଜ ହୋଇଥିଲା । 11 ଡିସେମ୍ବର 2017ରେ, ଦୁହେଁ ଇଟାଲୀରେ ଡେସଟିନେଶନ୍‌ ବିବାହ କରିଥିଲେ । 11 ଜାନୁଆରୀ ୨୦୨୧ ରେ ଅନୁଷ୍କା ଭାମିକାଙ୍କୁ ଜନ୍ମ ଦେଇଥିଲେ । ବର୍ତ୍ତମାନ ଏହି ଦମ୍ପତି ସୋସିଆଲ୍‌ ମିଡିଆରେ ହେଉ କି ବାହାରେ ଏକାଠି ଦେଖାଗଲେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ।


ସେୟାର କରନ୍ତୁ