କେନ୍ଦୁଝର ଜିଲ୍ଲା ଗସ୍ତରେ 5ଟି ସଚିବ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଗତକାଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ । ଦ୍ୱିତୀୟ ଦିନରେ ଘଟଗାଁ, ହରିଚନ୍ଦନପୁର, ବାଂଶପାଳ, ହାଟଡିହି, କେନ୍ଦୁଝର ଓ ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତକରି ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଥିବା ଜଣାପଡିଛି ।

ବିଭିନ୍ନ ଆଧ୍ୟାତ୍ମିକସ୍ଥଳି ଯଗସ୍ତକରି ସେଠାକାର ଉନ୍ନତୀକରଣ ବାବଦରେ ଆଲୋଚନା କରିବା ସହ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ 5ଟି ସଚିବ । ମିଶନ ଶକ୍ତି ଏସଏଚଜି ସଦସ୍ୟ, କୃଷକ, ବୁଦ୍ଧିଜୀବୀ ଓ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । କେନ୍ଦୁଝର ପୌରପାଳିକା ଅନ୍ତର୍ଗତ ସିଦ୍ଧମଠ ପରିଦର୍ଶନରେ ଯାଇଥିଲେ 5ଟି ସଚିବ ।

ସିଦ୍ଧମଠର ପାରିପାର୍ଶ୍ୱିକ ବିକାଶ ସମ୍ପର୍କରେ ମନ୍ଦିର କମିଟି ସଦସ୍ୟ, ପୂଜକ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ଖୁବଶୀଘ୍ର ଏହି ପୀଠର ରୂପରେଖ ବଦଳିବ ବୋଲି ସୁଚନା ଦେଇଥିଲେ। ଶଙ୍କରପୁର ସ୍ଥିତ ଧରଣୀଧର କ୍ରୀଡ଼ା କମ୍ପ୍ଲେକ୍ସ ଯାଇ ବିଭିନ୍ନ ନୂଆ ନିର୍ମାଣ ସବୁ ବୁଲି ଦେଖିଥିଲେ ।

ଘଟଗାଁରେ ମା ତାରିଣୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ପୀଠର ବିକାଶ ଓ ଏହାର ରୁପାନ୍ତର କରାଯିବ ବୋଲି କହିଥିଲେ । ସେହିଭଳି ଗୁଣ୍ଡିଚାଘାଗି ଜଳପ୍ରପାତର ମଧ୍ୟ ଉନ୍ନତିକରଣ ହେବ । ଆଗାମୀ 5ଶହ ବର୍ଷକୁ ଆଖିରେ ରଖି ଭିତ୍ତିଭୂମି ନିର୍ମାଣ ହେବ ଏବଂ କାର୍ଯ୍ୟ ଆରମ୍ଭ ହେବାର 6 ମାସ ମଧ୍ୟରେ ଏହାକୁ ଶେଷ କରାଯିବ ।

ଶ୍ରୀ ପାଣ୍ଡିଆନ ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକାରେ ଜୁଆଙ୍ଗ ପିଲାଙ୍କ ପାଇଁ ଏସସି, ଏସଟି ବିକାଶ ବିଭାଗ ଅଧିନରେ କାର୍ଯ୍ୟ କରୁଥିବା ଶିକ୍ଷାନିକେତନ ଓ ଏହା ଅନ୍ତର୍ଗତ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଖୁବଶୀଘ୍ର ଏହି ଶିକ୍ଷାନିକେତନରେ ଯୁକ୍ତଦୁଇ ପାଠ୍ୟକ୍ରମ ଆରମ୍ଭ ହେବବୋଲି 5ଟି ସଚିବ ପ୍ରକାଶ କରିଛନ୍ତି ।


ସେୟାର କରନ୍ତୁ